ଓଡ଼ିଶା ବୋହୂ ‘ନିଶା’ଆମେରିକା ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ…

ଓ୍ବାଶିଂଟନ,୨୨।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୂଳ ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭେଲପ୍ମେଣ୍ଟ ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି। ନିଶା ହେଉଛନ୍ତି ଓଡ଼ିଶାର ବୋହୂ। ସେ ଓଡ଼ିଶାର ଅନୁଗୋଳର ପୁଅ ସୁବ୍ରତ ବିଶ୍ବାଳଙ୍କୁ ବିବାହ କରିଛନ୍ତି।

ଆମେରିକାର ବୈଦେଶିକ ନୀତି ଉପରେ କାର୍ଯ୍ୟ କରିବାର ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି। ବର୍ତ୍ତମାନ ସେ ୟୁଏସ ଚାମ୍ବର ଅଫ କମର୍ସର ଅନ୍ତର୍ଜାତୀୟ ରଣନୀତିର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୩-୧୭ ପର୍ଯ୍ୟନ୍ତ ସେ ଆମେରିକା ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରି ଭାବେ କାମ କରିଥିଲେ। ସେ ଆମେରିକା ଭାରତ ବ୍ୟବସାୟ ପରିଷଦ ଓ ଆମେରିକା ବାଂଲାଦେଶ ବ୍ୟବସାୟ ପରିଷଦର ଦେଖାଶୁଣା କରୁଛନ୍ତି।

Share