ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି. କରିବେ ଦୀପା

କଟକ,୯।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍‌.ଡି କରିବେ କଟକ ହରିପୁର ଅଞ୍ଚଳର ଦୀପା ସାହୁ। କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର ମାନିଛି ସମାଜର ଟାହି ଟାପରା। ଆଜିର ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବାବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଦୀପା। ଓଡ଼ିଶାର ପ୍ରଥମ କିନ୍ନର ଭାବେ ରାଜ୍ୟ ତଥା ସମଗ୍ର କିନ୍ନର ସମାଜ ପାଇଁ ଦୀପା ଗର୍ବ ଏବଂ ଗୌରବ ଆଣିଛନ୍ତି। ସେ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌.ଡି ଡିଗ୍ରୀ ପାଇଁ ପ୍ରଥମ କିନ୍ନର ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି।
ଦୀପାଙ୍କ ପାଇଁ ପରିବାର ଲୋକେ ବେଶ୍‌ ଖୁସି ଥିଲେ। କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଅଲଗା। ପୁଅ ହେଲେ ମଧ୍ୟ ଦୀପାଙ୍କୁ ପୁଅଙ୍କ ପୋଷାକ ପିନ୍ଧିବା ପାଇଁ ଭଲ ଲାଗୁ ନଥିଲା। ସେ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ଲକ୍ଷଣରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସଂକୀର୍ଣ୍ଣ ମାନସିକତାର ଲୋକେ ତାଙ୍କୁ ଉପହାସ କଲେ। ହେଲେ ସେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ। ପିଏଚ୍‌.ଡି କରିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ସେ ନାମ ଲେଖାଇଛନ୍ତି। କଠିନ ପରିଶ୍ରମ ଓ ନିଷ୍ଠା ହିଁ ତାଙ୍କୁ ଏହି ସଫଳତା ଆଣିଦେଇଛି। ୮ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ସେ ବାକ୍‌ ଶକ୍ତି ହରାଇଥିଲେ। ହେଲେ ପାଠ ପଢ଼ିବାର ଆଗ୍ରହ ତାଙ୍କର କମି ନ ଥିଲା। ଦୀପାଙ୍କୁ ଭଲ କରିବା ପାଇଁ ଗଣମାଧ୍ୟମ ଜରିଆରେ ସରକାର ସାହାଯ୍ୟ କରିବା ନିମନ୍ତେ ଅନୁରୋଧ କରିଛନ୍ତି ସାଥୀ ମିଠି କିନ୍ନର। ସେ ବିଭିନ୍ନ ଘରୋଇ ସଂସ୍ଥାରେ କାମ କରିଛନ୍ତି। ବର୍ତ୍ତମାନ କଟକ ମହାନଗର ନିଗମ ଅଧୀନରେ ଠିକାରେ କାର୍ଯ୍ୟ କରୁଛନ୍ତି। ପ୍ରଥମ କିନ୍ନର ଭାବେ ଏହି ସଫଳତା ହାସଲ କରିଥିବା ହେତୁ ସମଗ୍ର କିନ୍ନରମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri