ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): ରଣଜୀ ଟ୍ରଫି ସିଜନ ୨୦୨୩-୨୪ର ପ୍ରଥମ ୨ ମ୍ୟାଚ ଖେଳିବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ଭଦୋଦରା ଯାତ୍ରା କରିଛି। କାରଣ ଓଡ଼ିଶାର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବରୋଦା। ଭଦୋଦରାର ମୋତିବାଗ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା-ବରୋଦା ମ୍ୟାଚ ଚଳିତ ମାସ ୫ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱରେ ୧୫ ଜଣିଆ ଓଡ଼ିଶା ଦଳ ସହ ମୁଖ୍ୟ କୋଚ୍ ଦୀନେଶ ମୋଙ୍ଗିଆ, କୋଚ୍ ଅବକାଶ ଖଟୁଆ, ମ୍ୟାନେଜର ସୁଜିତ ପ୍ରଧାନ, ମେଣ୍ଟର ଦେବାଶିଷ ପାଢ଼ୀ, ଭିଡିଓ ଆନାଲିଷ୍ଟ ଶାରାଦା ବିଶ୍ୱାଳ, ଫିଜିଓ ରୋନି ଚାଟାର୍ଜୀ, ଏସ୍ ଆଣ୍ଡ ସି କୋଚ୍ ପ୍ରତ୍ୟୁଷ ଅଗ୍ରଓ୍ବାଲ ଓ ସାଇଡ୍-ଆର୍ମ ଥ୍ରୋୟର ରନତ୍ାକର ବେହେରା ଦଳସହ ଭଦୋଦରା ଯାଇଛନ୍ତି। ପ୍ରଥମ ମ୍ୟାଚ ଖେଳି ସାରିବା ପରେ ଓଡ଼ିଶା ଦଳ ଇନ୍ଦୋର ଯାଇ ସେଠାକାର ଇମେରାଲ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶ ବିପକ୍ଷରେ ୧୨ରୁ ୧୫ ପର୍ଯ୍ୟନ୍ତ ଦ୍ୱିତୀୟ ମ୍ୟାଚ ଖେଳିବ।
ଓଡ଼ିଶା ରଣଜୀ ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ୱାଳ, ଆଶୀର୍ବାଦ ସ୍ବାଇଁ, ରାଜେଶ ଧୂପର, ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂ, ସୁମିତ ଶର୍ମା।