ଭୁବନେଶ୍ୱର,୧୭।୯: ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଓଡ଼ିଶାର ଚିତ୍ରଶିଳ୍ପୀ ପ୍ରିୟଙ୍କା ଭେଟି ଦେଇଛନ୍ତି ଏକ ନିଆରା ଉପହାର।
ସେ ୮ ଫୁଟ ଉଚ୍ଚତା ଓ ୪ ଫୁଟ୍ ଓସାରରେ ମୋଦିଙ୍କର ଏକ ଚିତ୍ର ଆଙ୍କିଛନ୍ତି। ସେହି ଚିତ୍ରରେ ସେ ବିଭିନ୍ନ ଶସ୍ୟକୁ ସ୍ଥାନ ଦେଇଛନ୍ତି। ଚାଉଳ, ମୁଗ, ହରଡ଼, ଜାଇ ଓ ଚୁଡ଼ା ଆଦିରେ ମୋଦିଙ୍କର ଚିତ୍ରକୁ ଆକର୍ଷଣୀୟ ଭାବେ ଚିତ୍ରଣ କରାଯାଇଛି। ଏହି ଚିତ୍ର କରିବାକୁ ତାଙ୍କୁ ୨ ଦିନ ସମୟ ଲାଗିଥିବା ପ୍ରିୟଙ୍କା କହିଛନ୍ତି। ସେ ଏହି ଚିତ୍ର ମାଧ୍ୟମରେ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।