ଓଡ଼ିଶା ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇସାରିଛି: ଅପରାଜିତା

ଭୁବନେଶ୍ବର, ୧୨ା୭(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ ପାଣ୍ଡିଆନଙ୍କୁ ପୁଣିଥରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଟାର୍ଗେଟ କରିଛନ୍ତି। ସେ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି, ଓଡିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇସାରିଛି। ଆମ ସରକାରକୁ ନେଇ ଏବେ ଲଜ୍ଜା ଅନୁଭବ ହେଉଛି। ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ। ନିକଟରେ ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ପାଣ୍ଡିଆନ ସମ୍ବୋଧିତ କରୁଥିବାର ଫଟୋ କେତେଜଣ ଯୁବ ନେତା ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ତାହାକୁ ଦେଖାଇ ଅପରାଜିତା ଟୁଇଟ୍‌ କରିଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି, ୨୦୨୪ ନିର୍ବାଚନ ପରେ ଏମିତି ସରକାର ଚାଲିବ ନାହିଁ। ଏସ୍‌ଏଚ୍‌ଜି, ଏମ୍‌ବିକେମାନେ ସରକାରଙ୍କ ଦରମା ନେଉଥିବା ବେଳେ ବିଜେଡି ପାଇଁ ଶପଥ ନେଉଛନ୍ତି। ୨୦୨୪ ନିର୍ବାଚନ ପରେ ଆଉ ଏହି ମଡେଲ୍‌ ରହିବ ନାହିଁ। ଏଭଳି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି।

Share