Categories: ଖେଳ

୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ କ୍ୟାମ୍ପରେ ଓଡ଼ିଶାର ଜ୍ୟୋତି, ମଞ୍ଜୁ ସାମିଲ

ଭୁବନେଶ୍ୱର, ୭।୭(ସ୍ପୋଟର୍‌ସ ବ୍ୟୁରୋ): ଗୋଆରେ ଆସନ୍ତା ୨୦ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ ଟିମ୍‌ କ୍ୟାମ୍ପରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ଏ ନେଇ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶା ଗୋଲକିପର ମଞ୍ଜୁ ଗାଞ୍ଜୁ ଓ ଡିଫେଣ୍ଡର ଜ୍ୟୋତି କୁମାରୀ ଏହି କ୍ୟାମ୍ପରେ ସାମିଲ ହୋଇଛନ୍ତି। ମଞ୍ଜୁ ସୁନ୍ଦରଗଡ଼ ସ୍ପୋଟର୍‌ସ ହଷ୍ଟେଲରେ ଓ ଜ୍ୟୋତି କଟକର ସାଇ- ଏସ୍‌ଟିସି ହଷ୍ଟେଲରେ ରହୁଛନ୍ତି। ଏହି ଦୁଇ ଖେଳାଳିଙ୍କୁ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ ଅଧିକାରୀମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଦୁଇ ଖେଳାଳି ଜାତୀୟ କ୍ୟାମ୍ପରେ ସାମିଲ ହୋଇ ରାଜ୍ୟକୁ ଗର୍ବିତ କରିଛନ୍ତି ବୋଲି ଆଶୀର୍ବାଦ କହିଛନ୍ତି।

Share