ଭୁବନେଶ୍ୱର,୩।୨(ବ୍ୟୁରୋ): ଓଡ଼ିଶାକୁ ରେଳ ବଜେଟ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି। ଖବରଦାତା ସମ୍ମିଳନୀରେ ରେଳ ବଜେଟକୁ ନେଇ ସେ କହିଛନ୍ତି, ଓଡ଼ିଶା ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି। ୨୦୦୯ ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା। ୨୦୧୪-୧୯ ପର୍ଯ୍ୟନ୍ତ ୪୧୨୬ କୋଟି ମିଳିଛିି। ସେହିପରି ୨୦୧୯-୨୦ରେ ୪୫୬୮କୋଟି, ୨୦-୨୧ରେ ୫୨୯୬ କୋଟି , ଏବଂ ୨୦୨୧-୨୨ରେ ପ୍ରଥମେ ୫୯୨୧ ଓ ପରେ ୫୫୦ କୋଟି ଦେଇଛନ୍ତି। ୨୦୨୧-୨୨ରେ ମୋଟ୍ ୬୪୭୧ କୋଟି ଦିଆଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି।