‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଅତ୍ୟାଚାରୀ ସରକାରକୁ ବଦଳାଇବା ଦରକାର। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଶନିବାର ନିର୍ବାଚନ ପ୍ରଚାର ଅବସରରେ ଏହା କହିଛନ୍ତି ଭାଜପାର ସମ୍ବଲପୁର ଲୋକ ସଭା ଏମ୍‌ପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଠମଲ୍ଲିକର ଅନ୍ତୁଳିଆଠାରେ ଆୟୋଜିତ ପଦଯାତ୍ରାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବା ସହ ସେଠାରେ ଅନୁଷ୍ଠିତ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଗାଁରେ ପିଇବା ପାଣି ନାହିଁ। ଚାଷ ଜମିରେ ପାଣି ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲଗୁଡ଼ିକରେ ଶିକ୍ଷକ ନାହାନ୍ତି। ପିଲାମାନେ ଅଧାରୁ ପାଠପଢ଼ା ଛାଡୁଛନ୍ତି। କାମ ଧନ୍ଦା ଆଶାରେ ଗଁା ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ବିକାଶ କହୁଛନ୍ତି କି। ଓଡ଼ିଶା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏକଚ୍ଛତ୍ରବାଦ କିମ୍ବା ରାଜତନ୍ତ୍ର ନୁହେଁ। ଏହା ଗଣତନ୍ତ୍ର। ଲୋକମାନେ ଯାହାକୁ ଚାହିଁବେ ତାକୁ ଜିତାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକପ୍ରିୟତା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ନିର୍ବାଚନ ଯେତେ ପାଖେଇ ଆସିବ, ମୋଦିଙ୍କ ପ୍ରତି ସମର୍ଥନ ସେତେମାତ୍ରାରେ ବୃଦ୍ଧି ପାଉଥିବ। ଲୋକ ସଭାକୁ ଏଥର ସର୍ବାଧିକ ସିଟ ଓଡ଼ିଶା ଦେବ। ବିଧାନସଭାରେ ପଟ ପରିବର୍ତ୍ତନ ହେବ। ଭୁବନେଶ୍ୱରରେ ପ୍ରଥମ ଥର ଓ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ହେବ। ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ, ଅନୁଗୋଳ ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ, ମହେଶ କୁମାର ଧଳ, ମୀରା ଗଡନାୟକ, ଦିଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓଗୀ ସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ କରିଥିଲେ। ଏହି ପଦଯାତ୍ରାରେ ଶତାଧିକ ଜନସାଧାରଣ, ମାତୃଶକ୍ତି ଓ ଯୁବବର୍ଗ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

Top 5 Biodiversity Centers in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ସରକାରୀ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍‌ ପରେ ତାତିଲେ ଲୋକେ, ଶୋଭାଯାତ୍ରା ସହ ଘେରିଲେ ତହସିଲ

ପାଟଣା,୧୭।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରଭାବିତ ଚେମେଣା, ଯମୁନାପଶି,ମୁରୁସୁଆଁ, ରାଜନଗର ପଞ୍ଚାୟତ ଆଦି ୧୮ ଟି...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ

ଗଞ୍ଜାମ,୧୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଗୁରୁବାର ପାଳିତ ହୋଇଛି । ବିଜେଡି...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

Salary Hike: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ପୋଲିସ କର୍ମଚାରୀଙ୍କ ଦରମା ୫୫ହଜାର ଯାଏ ବୃଦ୍ଧି

ଭୁବନେଶ୍ୱର,୧୭।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image