Posted inଖେଳ

ବଚନଙ୍କ ସ୍ବର୍ଣ୍ଣରୁ ଆରମ୍ଭ ହୋଇଥିଲା ଓଡ଼ିଶାର ପଦକ ଅଭିଯାନ

ଭୁବନେଶ୍ୱର, ୨୩।୯ (ତପନ ସ୍ବାଇଁ): ଚାଇନାର ଗୁଆଙ୍ଗଝୋଠାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆନ ଗେମ୍ସ। ରେକର୍ଡ ଅନୁସାରେ ଏସିଆନ ଗେମ୍ସରେ ଓଡ଼ିଶାର ପଦକ ଅଭିଯାନ ଆରମ୍ଭ ହୋଇଥିଲା ସେକ୍‌ ଅବଦୁଲ ମଜିଦ ବଚନଙ୍କଠାରୁ। ୧୯୫୧ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଆଥ୍‌ଲେଟିକ୍ସରେ କିନ୍ତୁ ପ୍ରଥମ ପଦକ ଜିତିଥିଲେ ପ୍ରଣତି ମିଶ୍ର। ଓଡ଼ିଶାର ପ୍ରଥମ ମହିଳାଭାବେ ସେ ଏସିଆଡ୍‌ରେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ। ଗୋଟିଏ ସଂସ୍କରଣରେ ୨ଟି ପଦକ ଜିତିବା ରେକର୍ଡ କିନ୍ତୁ ଦୂତୀଚାନ୍ଦଙ୍କ ନାମରେ ରହିଛି। ଓଡ଼ିଶାର ପଦକ ବିଜେତାଙ୍କୁ ନେଇ ଏହି ଉପସ୍ଥାପନା…
ସ୍ବର୍ଣ୍ଣ ପଦକ
୧୯୫୧: ସେକ୍‌ ଅବଦୁଲ ମଜିଦ ବଚନ (ପୁରୁଷ ଫୁଟବଲ)
ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଗେମ୍ସର ପ୍ରଥମ ସଂସ୍କରଣରେ ଭାରତୀୟ ଫୁଟବଲ ଦଳର ସଦସ୍ୟ ଥିଲେ କଟକର ସେକ୍‌ ମଜିଦ ଓରଫ ଏ.ଏମ.ବଚନ। ଫାଇନାଲର ୩୪ତମ ମିନିଟରେ ମଓ୍ବୋଲାଲଙ୍କ ଏକମାତ୍ର ଗୋଲ ବଳରେ ଭାରତ ୧-୦ ଗୋଲରେ ଇରାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା।
୧୯୯୮: ଦିଲୀପ ତିର୍କୀ, ଲାଜରୁସ ବାର୍ଲା (ପୁରୁଷ ହକି)
ଫାଇନାଲରେ ଭାରତ ଶୁଟ୍‌ଆଉଟ ୪-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ ୧-୧ ଗୋଲରେ ବରାବର ରହିଥିଲା।
୨୦୧୪: ବୀରେନ୍ଦ୍ର ଲାକ୍ରା (ପୁରୁଷ ହକି )
ଫାଇନାଲରେ ଭାରତ ଶୁଟ୍‌ଆଉଟ୍‌ ୪-୨ ଗୋଲରେ ପାକିସ୍ତାନକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିଥିଲା।
ରୌପ୍ୟ ପଦକ
୧୯୯୦: ପ୍ରଣତି ମିଶ୍ର(ମହିଳା ରିଲେ ଦଳର ସଦସ୍ୟା)
ବେଜିଂରେ ଅନୁଷ୍ଠିତ ଏହି ଏସିଆନ ଗେମ୍ସରେ ପ୍ରଣତି ମିଶ୍ର ପ୍ରଥମ ଓଡ଼ିଆ ମହିଳାଭାବେ ୪x୪୦୦ ମିଟର ରିଲେ ରେସ୍‌ରେ ରୌପ୍ୟ ପଦକ ଜିତିଥିଲେ।
୧୯୯୮: ଜ୍ୟୋତି ସୁନୀତା କୁଲୁ (ମହିଳା ହକି)
ଫାଇନାଲରେ ଭାରତ ୧-୨ ଗୋଲରେ ଦକ୍ଷିଣ କୋରିଆଠାରୁ ହାରିଯାଇଥିଲା।
୨୦୦୨: ଦିଲୀପ ତିର୍କୀ, ଇଗ୍ନେସ ତିର୍କୀ (ପୁରୁଷ ହକି)
ଫାଇନାଲରେ ଭାରତ ୩-୪ ଗୋଲରେ ଦକ୍ଷିଣ କୋରିଆଠାରୁ ହାରିଥିଲା।
୨୦୧୮: ଦୂତୀ ଚାନ୍ଦ (ମହିଳା ୧୦୦ ମି.)
ଇଣ୍ଡୋନେସିଆର ଜାକର୍ତ୍ତା/ ପାଲେମବାଙ୍ଗରେ ଅନୁଷ୍ଠିତ ଏସିଆଡ୍‌ର ମହିଳା ୧୦୦ ମିଟରରେ ୧୧.୩୨ ସେକେଣ୍ଡ ସମୟ ନେଇ ଦୂତୀ ରୌପ୍ୟ ପଦକ ପାଇଲେ।
୨୦୧୮: ଦୂତୀ ଚାନ୍ଦ (ମହିଳା ୨୦୦ ମି.)
ଇଣ୍ଡୋନେସିଆର ଜାକର୍ତ୍ତା/ ପାଲେମବାଙ୍ଗରେ ଅନୁଷ୍ଠିତ ଏସିଆଡ୍‌ର ମହିଳା ୨୦୦ ମିଟରରେ ୨୩.୨୦ ସେକେଣ୍ଡ ସମୟ ନେଇ ଦୂତୀ ରୌପ୍ୟ ପଦକ ପାଇଲେ।
୨୦୧୮: ଦୀପ୍‌ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ (ମହିଳା ହକି)
ଫାଇନାଲରେ ଭାରତ ୧-୨ ଗୋଲରେ ଜାପାନଠାରୁ ହାରିଥିଲା।
ବ୍ରୋଞ୍ଜ ପଦକ
୧୯୮୬: ସନତ ମିଶ୍ର (ପୁରୁଷ ବ୍ୟାଡ୍‌ମିଣ୍ଟନ)
ଓଡ଼ିଶା ପ୍ରତିଯୋଗୀ ପଦକ ଜିତିବାର ୩୫ ବର୍ଷ ପରେ ଓଡ଼ିଶାକୁ ମିଳିଥିଲା ଦ୍ୱିତୀୟ ପଦକ। ୧୯୮୬ ସିଓଲ ଏସିଆଡ୍‌ରେ ସନତ ମିଶ୍ର ଦଳଗତ ବ୍ରୋଞ୍ଜ ପଦକ ଜିତିଥିଲେ। ଲେରୟ ଡି’ସୁଜା, ବିମଲ କୁମାର, ସନତ ମିଶ୍ର, ରବି କୁନ୍ତେ, ସୟଦ ମୋଦି, ପ୍ରକାଶ ପାଦୁକୋନେ, ଉଦୟ ପାଓ୍ବାରଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ରୋଞ୍ଜ ବିଜୟୀ ହୋଇଥିଲା।
୧୯୯୮: ରଚିତା ପଣ୍ଡା ମିସ୍ତ୍ରୀ (୧୦୦ ମି.)
ବ୍ୟାଙ୍କକ୍‌ ଏସିଆଡ୍‌ରେ ମହିଳା ୧୦୦ ମିଟରରେ ୧୧.୪୧ ସେକେଣ୍ଡ ସମୟ ନେଇ ରଚିତା ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।
୨୦୦୬: ଜ୍ୟୋତି ସୁନୀତା କୁଲୁ, ବିନିତା ଖେସ୍‌, ବିନିତା ଟପ୍ପୋ, ସୁଭଦ୍ରା ପ୍ରଧାନ(ମହିଳା ହକି)
ବ୍ରୋଞ୍ଜ ପଦକ ପ୍ଲେ-ଅଫ୍‌ରେ ଭାରତ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା।
୨୦୧୦: ପ୍ରବୋଧ ତିର୍କୀ (ପୁରୁଷ ହକି)
ପ୍ଲେ-ଅପ୍‌ରେ ଭାରତ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଦେଇଥିଲା।
୨୦୧୦: ପ୍ରତିମା ପୁହାଣ, ପ୍ରମିଳାପ୍ରଭା ମିଞ୍ଜ(ରୋଇଂ)
ଗୁଆଙ୍ଗଝୋଉ ଏସିଆଡ୍‌ର କକ୍ସଲେସ ପେୟାର ଇଭେଣ୍ଟରେ ପ୍ରତିମା ଓ ପ୍ରମିଳା ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ।
୨୦୧୪: ଦୀପ୍‌ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ(ମହିଳା ହକି)
ପ୍ଲେ-ଅଫ୍‌ରେ ଭାରତ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା।
୨୦୧୮: ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ(ପୁରୁଷ ହକି)
ପ୍ଲେ-ଅଫ୍‌ରେ ଭାରତ ୨-୧ ଗୋଲରେ ପାକିସ୍ତାନକୁ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri