ବେଙ୍ଗାଲୁରୁ, ୨୨ା୧୦(ପି.ଟି.): ଦୃଷ୍ଟିବାଧିତ ଟି୨୦ କ୍ରିକେଟ ବିଶ୍ୱକପ୍ର ତୃତୀୟ ସଂସ୍କରଣରେ ଖେଳିବା ଲାଗି ଶୁକ୍ରବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ନକୁଳ ବଡ଼ନାୟକ ସ୍ଥାନ ପାଇଛନ୍ତି। ଡିସେମ୍ବର ୬ରୁ ୧୭ ପର୍ଯ୍ୟନ୍ତ ଭାରତରେ ହେବାକୁଥିବା ବିଶ୍ୱକପ୍ରେ ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶ ଭାଗ ନେବେ। ଆନ୍ଧ୍ରର ଦୁଇ ଖେଳାଳି ଆଇ. ଅଜୟ କୁମାର ରେଡ୍ଡୀ ଓ ଭେଙ୍କଟେଶ୍ୱର ରାଓ ଡୁନାଙ୍କୁ ଯଥାକ୍ରମେ ଦଳର ଅଧିନାୟକ ଓ ଉପଅଧିନାୟକ କରାଯାଇଛି। ଓପନିଂ ମ୍ୟାଚ ଡିସେମ୍ବର ୬ରେ ଗତଥରର ଚାମ୍ପିୟନ ଭାରତ ଓ ନେପାଳ ମଧ୍ୟରେ ହେବ। ଭାରତର ପୂର୍ବତନ ବ୍ୟାଟର ଯୁବରାଜ ସିଂଙ୍କୁ ଟୁର୍ନାମେଣ୍ଟର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଟୁର୍ନାମେଣ୍ଟର ପୂର୍ବ ଦୁଇ ସଂସ୍କରଣ ୨୦୧୨ ଓ ୨୦୧୭ରେ ଭାରତରେ ଆୟୋଜିତ ହୋଇଥିଲା। ସେଥିରେ ଆୟୋଜକ ଦେଶ ଚାମ୍ପିୟନ ହୋଇଥିଲା।