ଭୁବନେଶ୍ୱର,୧୮।୨(ବ୍ୟୁରୋ):ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ୬ କୋଟି ୨୮ହଜାର ଡୋଜ କରୋନା ଟିକା ଦିଆସରିଛି। ସେଥିରୁ ୩କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇ ଥିବାବେଳେ ୨କୋଟି ୬୬ଲକ୍ଷଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ୭ଲକ୍ଷ ୬୧ହଜାର ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି । ଟିକାକରଣରେ ରାଜ୍ୟର ସଫଳତାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଶୁଭେଚ୍ଛା ଜଣାଇଛି। ଏଯାଏ ୨୪ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । ସେମାନଙ୍କୁ ତୁରନ୍ତ ଦ୍ୱିତୀୟ ଡୋଜ ଦିଆଯିବା ପାଇଁ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହ ସ୍ବାସ୍ଥ୍ୟ ବିଭାଗ ଏକ ତାଲିକା ପ୍ରସ୍ତୁତ କରିଛି । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।