ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ବିଧାନସଭା ଏବଂ ଲୋକ ସଭାରେ ପ୍ରତିନିଧିତ୍ବ କରିଛନ୍ତି। ଏହି ଧାରା ବର୍ତମାନ ମଧ୍ୟ ଜାରି ରହିଛି। ରାଜ ପରିବାରମାନେ ଦୀର୍ଘ ଦିନ ଧରି ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି।

ନିର୍ବାଚନରେ ଭଲ ଫଳାଫଳ ଆଶାରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ରାଜପରିବାର ଉପରେ ନିର୍ଭର କରିଛନ୍ତି। ଯେତେବେଳେ ବି ରାଜ୍ୟରେ ଏକ ଦଳ ସରକାର ଗଠନ କରନ୍ତି, ସେତେବେଳେ ରାଜପରିବାରର ସଦସ୍ୟମାନଙ୍କୁ ଗୁରୁତ୍ୱ ଦିଆଯାଏ। ପ୍ରତ୍ୟେକ ଦଳ ସବୁବେଳେ ଅନ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ରାଜା, ରାଜାଙ୍କ ପୁଅ, ବୋହୂ, ନାତି ଏବଂ ନାତୁଣୀମାନଙ୍କୁ ଟିକେଟ୍ ଦେବାକୁ ପସନ୍ଦ କରନ୍ତି। ଓଡ଼ିଶାରେ ହେବାକୁ ଥିବା ଚଳିତ ସାଧାରଣ ନିର୍ବାଚନ ପାଇଁ ରାଜ ପରିବାରର ଅନେକ ସଦସ୍ୟ ମଧ୍ୟ ନିର୍ବାଚନୀ ମୈଦାନରେ ଅଛନ୍ତି।

ଭାରତ ସ୍ୱାଧୀନ ହେବା ପରେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମରେ ଅନେକ ରାଜ ପରିବାର ସକ୍ରିୟ ରାଜନୀତିରେ ଜଡିତ ଅଛନ୍ତି। ଖଲିକୋଟ, ଚିକିଟି, ଦିଗପହଣ୍ଡି ଏବଂ ଧରାକୋଟ ରାଜପରିବାର ସବୁବେଳେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ରାଜନୀତିରେ ଜଡିତ ଅଛନ୍ତି।

ଦୀର୍ଘ ବର୍ଷ ଧରି ରାଜନୀତିରେ ରହିଆସିଥିବା ଚିକିଟିର ରାଜା ଚିନ୍ମୟାନନ୍ଦ ଶ୍ରୀରୁପ ଦେବ ଆଗାମୀ ନିର୍ବାଚନ ପାଇଁ ମୈଦାନରେ ଅଛନ୍ତି। ୧୯୭୧ ମସିହାରେ ଏହି ଆସନରେ ନିର୍ବାଚିତ ହୋଇଥିବା ଦାଦା ସଚ୍ଚିଦାନନ୍ଦ ଦେବ ଏବଂ ତାଙ୍କ ମା’ ୬ ଥର ବିଧାୟକ ଉଷା ଦେବୀଙ୍କ ପରେ ସେ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବେ।

ସେହିଭଳି ଧାରକୋଟ ରାଜପରିବାରର ସୁଲକ୍ଷଣା ଗୀତାଞ୍ଜଳି ଦେବୀ ମଧ୍ୟ ତାଙ୍କ ମାତା ନନ୍ଦିନୀ ଦେବୀଙ୍କ ସ୍ଥାନରେ ବିଜେଡି ଟିକେଟ୍ ନେଇ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏତଦ୍‌ବ୍ୟତୀତ, ବଡ଼ଖେମୁଣ୍ଡି ରାଜ ପରିବାରର ଜଣେ ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟ୍‌ରେ ଦିଗପଣ୍ଡିରୁ ଆଗାମୀ ନିର୍ବାଚନରେ ଲଢ଼ିବେ।

ବଲାଙ୍ଗୀରରେ ରାଜ ପରିବାରର ପ୍ରଭାବ ବହୁତ ଅଧିକ ରହିଛି। ୨୦୧୯ ରେ ପଟ୍ଟାୟତ ରାଜା ଅନଙ୍ଗ ଉଦୟ ସିଂ ଦେଓଙ୍କ ନିର୍ବାଚନ ରାଜନୀତିରୁ ଅବସର ନେବା ପରେ ତାଙ୍କ ବଡ଼ ପୁଅ କଲିକେଶ ନାରାୟଣ ସିଂ ଦେଓ ବର୍ତ୍ତମାନ ବିଜେଡି ଟିକେଟ୍ ରେ ବଲାଙ୍ଗୀର ସଦର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଅନ୍ୟପଟେ ଭାଜପା ସାଂସଦ ସଂଗୀତ କୁମାରୀ ସିଂ ଦେଓଙ୍କୁ ବଲାଙ୍ଗିର ଲୋକସଭା ଆସନରୁ ପୁଣିଥରେ ପ୍ରାର୍ଥୀ କରିଛି। ସେ ବଲାଙ୍ଗୀର ରାଜ ପରିବାରର ବୋହୁ ଅଟନ୍ତି। ତାଙ୍କ ସ୍ୱାମୀ ବରିଷ୍ଠ ଭାଜପା ନେତା କେ.ଭି. ସିଂ ଦେଓ ଅଟନ୍ତି।

ସେହିଭଳି କଳାହାଣ୍ଡି ରାଜ ପରିବାର ମଧ୍ୟ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି। କଳାହାଣ୍ଡି ଲୋକସଭା ଆସନ ପାଇଁ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବୀକା କେଶରୀ ଦେଓଙ୍କୁ ଭାଜପା ପ୍ରାର୍ଥୀ କରିଛି।

ଜୟପାଟଣା ରାଜ ପରିବାରର ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ଧର୍ମଗୁରୁ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି।

ବିଜେଡି ମଧ୍ୟ ଦେଓଗଡ ରାଜା ତଥା ସମ୍ବଲପୁର ସାଂସଦ ନୀତେଶ ଗଙ୍ଗା ଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ଦେଓଗଡ ବିଧାନସଭା ପ୍ରାର୍ଥୀ ଭାବରେ ମୈଦାନରେ ଓହ୍ଲାଇଛି।

ଢେଙ୍କାନାଳ ରାଜନୀତିରେ ରାଜ ପରିବାରର ଅଂଶଗ୍ରହଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। କଂଗ୍ରେସ ଢେଙ୍କାନାଳ ବିଧାନସଭା ଆସନ ପାଇଁ ଢେଙ୍କାନାଳ ରାଜ ପରିବାରର ସଦସ୍ୟ ସୁସ୍ମିତା ସିଂ ଦେଓଙ୍କୁ ପ୍ରାର୍ଥୀ କରିଛି। ଢ଼େନ୍କାନାଳ ରାଜା କାମାକ୍ଷ୍ୟା ପ୍ରସାଦ ସିଂ ଦେଓଙ୍କ ବୋହୂ ସୁସ୍ମିତା ଏଥର ନିର୍ବାଚନ ରାଜନୀତିରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

ଯୁବା ବିଧାୟିକାଙ୍କୁ ରଗାଇଦେଲେ ସଞ୍ଜୟ: କହୁକହୁ ଗୁମର ଖୋଲି ପକାଇଲେ ଉପାସନା

ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri