Categories: ଖେଳ

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୮।୧୦(ତପନ ସ୍ବାଇଁ): କୋରିଆର ଚାଙ୍ଗଓ୍ବନଠାରେ ଚାଲିଥିବା ୧୫ଶ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସମ୍ପ୍ରତି କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶ୍ରୀୟଙ୍କା ୧୦ ମିଟର ଏୟାର ରାଇଫଲ ମହିଳା ଟିମ୍‌ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି। ଏହି ସଫଳତା ପାଇଁ ଶ୍ରୀୟଙ୍କାଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

Share