Categories: ଜାତୀୟ

ଓଡ଼ିଆ ପୁଅ ବିନୟ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ,୨୦ା୭: ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ନିଯୁକ୍ତ ହୋଇଛନ୍ତି। ଏ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିନୟ ଏବେ ମସ୍କୋରେ ଭାରତ ଦୂତାବାସରେ ଡେପୁଟି ଚିଫ୍‌ ଅଫ୍‌ ମିଶନ ରହିଛନ୍ତି। ସେ ୨୦୦୨ରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ। କୂଟନୀତିଜ୍ଞ ଭାବେ ବିନୟ ମସ୍କୋ ସମେତ ତୁର୍କମେନିସ୍ତାନ ଏବଂ ପାକିସ୍ତାନରେ ଭାରତ ଦୂତାବାସରେ ରହି ନିଜ ଦାୟିତ୍ୱ ତୁଲାଇଛନ୍ତି। ୨୦୦୪-୨୦୧୨ ମଧ୍ୟରେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟରେ ରହି ନୂଆଦିଲ୍ଲୀରୁ ଆଫଗାନିସ୍ତାନ ଓ ଇରାନ ମଧ୍ୟରେ ଭାରତର ସମ୍ପର୍କକୁ ମଜଭୁତ କରିବା ପାଇଁ କାମ କରିଥିଲେ। ୨୦୧୯ ଜୁନ୍‌ ୩ରେ ବିନୟ ମସ୍କୋରେ ଭାରତ ଦୂତାବାସରେ ଡେପୁଟି ଚିଫ୍‌ ଅଫ୍‌ ମିଶନ ଭାବେ ଯୋଗ ଦେଇଥିଲେ।

Share