ଓଡିଏମ୍‌ ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ

ଭୁବନେଶ୍ୱର,୧୭।୧୦(ଅନୁରାଧା ମହାରଣା):ଏଜୁକେଶନ ଓ୍ବାଲର୍‌ଡ ଗ୍ରାଣ୍ଡ ଜ୍ୟୁରୀ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗସ୍‌ ୨୦୨୩-୨୪ ରେ ଓଡିଏମ ପବ୍ଲିକ୍‌ ସ୍କୁଲକୁ ସଫଳତା ମିଳିଛି। କୋ-ଏଡ୍‌ ଡେ ବୋର୍ଡିଙ୍ଗ ସ୍କୁଲ ବର୍ଗରେ ସାରା ଦେଶରେ ଏହି ସ୍କୁଲ ୯ମ ସ୍ଥାନରେ ରହିଛି। ସେହିପରି କ୍ୟାରିଅର କାଉନସେଲିଂ ବର୍ଗରେ ଓଡ଼ିଶାରେ ଏହା ଶ୍ରେଷ୍ଠରେ ରହିଛି, ଏବଂ ସାମୂହିକ ଭାବେ ଏହି ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଓଡିଏମ୍‌ ଏଜୁକେଶନାଲ ଗ୍ରୁପର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି। ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ଶିକ୍ଷାନୁଗୁଡ଼ିକ ମଧ୍ୟରେ ଓଡିଏମ୍‌ ଉଲ୍ଲେଖନୀୟ ସ୍ଥାନ ପାଇବା ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ସେ କହିଛନ୍ତି। ଶିକ୍ଷାକ୍ଷେତ୍ରରେ ଉନ୍ନତ୍ତି ପାଇଁ ଓଡ଼ିଏମ୍‌ ନିରନ୍ତର ଉଦ୍ୟମ ସ୍ବରୂପ ଏହି ସଫଳତା ପ୍ରାପ୍ତ ହୋଇଛି। ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ମିଳିଥିବା ଏହି ସଫଳତା ଆଗକୁ ଛାତ୍ରୀଛାତ୍ରଙ୍କୁ ଗୁଣାମତ୍କ ଶିକ୍ଷା ପ୍ରଦାନ ସହ କ୍ୟାରିଅର କାଉନସେଲିଂ ପ୍ରଦାନ ସହ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିବା ଡ. ମୀନକେତନ କହିଛନ୍ତି।

Share