Categories: ବାଣିଜ୍ୟ

ନିଟ୍‌ ଫଳାଫଳରେ ଓଡିଏମ୍‌ର ବାଜିମାତ୍‌

ଭୁବନେଶ୍ୱର,୧୫।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ନିଟ୍‌-୨୦୨୩ ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ପୁଣିଥରେ ବାଜିମାତ୍‌ କରିଛି। ଏପରିକି ସଦ୍ୟ ପ୍ରକାଶିତ ନିଟ୍‌-୨୦୨୩ ପରୀକ୍ଷାରେ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀଛାତ୍ରମାନେ ଅଭୂତ ପୂର୍ବ ସଫଳତାର ସହ କୃତିତ୍ୱ ହାସଲ କରିଛନ୍ତି। ସେହିଭଳି ସ୍କୁଲର ସର୍ବମୋଟ ୧୭୮ ଛାତ୍ରୀଛାତ୍ର ନିଟ୍‌-୨୦୨୩ ଚୟନ ତାଲିକାରେ ରହିଥିବା ବେଳେ ଦିପ୍ତେଶ କୁମାର ବେହେରା ସର୍ବଭାରତୀୟ ସ୍ତରରେ ୫୭୧ ତମ ସ୍ଥାନ ହାସଲକରି ବିଦ୍ୟାଳୟକୁ ଗୌରବମଣ୍ଡିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା (ବିତ୍ତ ଓ ପ୍ରଶାସନ) ତଥା ପ୍ରବନ୍ଧିକା ଇନ୍ଦୁମତୀ ରାୟ ଏବଂ ମୁଖ୍ୟ ସଞ୍ଚାଳନ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ ସ୍କୁଲର ସମସ୍ତ କୃତୀ ଛାତ୍ରୀଛାତ୍ର ଓ ତାଙ୍କର ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ା

 

Share