Categories: ବାଣିଜ୍ୟ

ଆଇଜିକେସିରେ ଓଡିଟିଏମ୍‌ ଅଧିବେଶନ

ଭୁବନେଶ୍ୱର,୧୮।୭: ଓଡ଼ିଶା ଡାଏଲିସିସ୍‌ ଟେକ୍ନିସିଆନ୍‌ ମିଟ୍‌ (ଓଡିଟିଏମ୍‌)ର ଉଦ୍‌ଘାଟନୀ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଭୁବନେଶ୍ୱର ପରିସରରେ ଓଡିଟିଏମର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବଂ କିଡ୍‌ନୀ ଓଡ଼ିଶା ରିସର୍ଚ୍ଚ ଆଣ୍ଡ ଏଜୁକେଶନ ଫାଉଣ୍ଡେଶନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଅଧିବେଶନ କାର୍ଯ୍ୟକ୍ରମରେ ରାଜ୍ୟର ଶତାଧିକ ଡାଏଲିସିସ୍‌ ଟେକ୍ନିସିଆନ୍‌ ଓ ନର୍ସ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ନେଫ୍ରୋଲୋଜି ଏବଂ ୟୁରୋଲୋଜି କ୍ଷେତ୍ରର ବିଶିଷ୍ଟ ବକ୍ତା ଏବଂ ବିଶେଷଜ୍ଞମାନେ ଯୋଗ ଦେଇ ପ୍ରତିରୋପଣ ଏବଂ ଡାଏଲିସିସ୍‌ କ୍ଷେତ୍ରରେ ସାମ୍ପ୍ରତିକ ଅଗ୍ରଗତି ଉପରେ ବିସ୍ତୃତ ଆଲୋକପାତ କରିଥିଲେ।
ଏ ସମ୍ପର୍କରେ ଆଇଜିକେସି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡା. ପି.ସି ଦଳେଇ ଶେଷ ପର୍ଯ୍ୟାୟ କିଡନୀ ରୋଗରେ ପୀଡ଼ିତ ରୋଗୀଙ୍କ ଯତ୍ନ ନେବାରେ ଡାଏଲିସିସ୍‌ ଟେକ୍ନିସିଆନଙ୍କ ଅପରିହାର୍ଯ୍ୟ ଅବଦାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ ଓଡ଼ିଶାର ଡାଏଲିସିସ୍‌ ଓ କିଡନୀ କେୟାର କ୍ଷେତ୍ରରେ ସ୍ବର୍ଗତ ପ୍ରଫେସର ସପନ କୁମାର ପାଲିତଙ୍କ ଅତୁଳନୀୟ ଅବଦାନକୁ ସ୍ବୀକାର କରି ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉକ୍ତ ଅଧିବେଶନରେ ସିଭି ରାଜୁ, ସୁଶୀଲ,ସନ୍ତୋଷ, ଜ୍ଞାନ, ଜୀବନ, ବିଶ୍ୱଜିତ, ପ୍ରିୟବ୍ରତ, ରବୀନ୍ଦ୍ର, ଅଂଶୁମାନ, ଶାନ୍ତନୁ, ଅଜିତ, ସରୋଜିନୀଙ୍କ ସମେତ ବହୁ ବରିଷ୍ଠ ଡାଏଲିସିସ ଟେକ୍ନିସିଆନ୍‌ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏମ୍‌ଏସ୍‌ର ଡା.ରୂପସା ଓ ଆଇଜିକେସି ମଲ୍ଟିସ୍ପେଶାଲିଟିର ଏଜିଏମ୍‌ ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share