Categories: ଜାତୀୟ

ଭଲ ସଡ଼କ ଦାବିରେ ଧାରଣା, ୧୫ କିମି ରାସ୍ତା ଜାମ୍‌ …

ରୋହତକ,୨୦।୯: ଭଲ ସଡ଼କ ଦାବିରେ ଦିଲ୍ଲୀର ରୋହତକରେ ଲୋକଙ୍କ ପ୍ରଦର୍ଶନ ଯୋଗୁ ୧୫ କିଲୋମିଟର ରାସ୍ତା ଜାମ୍‌ ହୋଇଛିି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ରାସ୍ତାରେ ସୁଧାର ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ବିକ୍ଷୋଭକାରୀ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି କହିଛନ୍ତି। ସୋମବାର ସକାଳେ ମୁଣ୍ଡକା ମେଟ୍ରୋ ଷ୍ଟେଶନଠାରୁ ଟିକରି ବର୍ଡରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ଲୋକେ ଧାରଣାରେ ବସି ରହିଛନ୍ତି। ଫଳରେ ଦିଲ୍ଲୀ-ହରିୟାଣା ଜାତୀୟ ରାଜପଥ ରୋହତକ ରୋଡ୍‌ ଜାମ୍‌ ହୋଇଯାଇଛି। ଏହି ରାସ୍ତା ଦେଇ ଚଳପ୍ରଚଳ ଠପ୍‌ ହୋଇଯାଇଛି।

ଲୋକେ ଧାରଣା ଦେଇଥିବାରୁ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଦୁଇ ପଟ ରୋଡ୍‌କୁ ବନ୍ଦ କରାଯାଇ ଭିଡ଼କୁ ଅନ୍ୟ ରାସ୍ତାକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଗାଁ ଲୋକ ଧାରଣାରେ ବସିଛନ୍ତି। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ସୁରେଜ୍‌ ବ୍ୟବସ୍ଥା ଭଲ ନ ଥିବାରୁ ଅଳ୍ପ ବର୍ଷାରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପାଣି ଜମି ରହୁଛି। ଏହାର ସୁଧାର କରାଯିବା ଦାବି ନେଲ ଲୋକେ ଏଭଳି ଧାରଣା ଦେଇଛନ୍ତି।

Share