Categories: ଜାତୀୟ

ରାମ ମନ୍ଦିର ଦାନ ମଧ୍ୟରୁ ୨୨ କୋଟି ଟଙ୍କାର ଚେକ୍‌ ବାଉନ୍ସ୍‌…

ଅଯୋଧ୍ୟା, ୨୦।୬ : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଠି ସଂଗ୍ରହ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୫୪୫୭.୯୪ କୋଟି ଟଙ୍କା ସଂଗ୍ରୃହୀତ ହୋଇଛି । ସମ୍ପ୍ରତି ଦାନ ପରିମାଣର ଏକ ହିସାବର ପରୀକ୍ଷାମୂଳକ ରିପୋର୍ଟ ବାହାରିଛି। ଏହା ଅନୁଯାୟୀ, ପ୍ରାୟ ୨୨ କୋଟି ଟଙ୍କାର ବହୁ ଦାନ ଚେକ୍‌ ବାଉନ୍ସ ହୋଇଯାଇଛି। ଏବେ ସେସସବୁ ଚେକ୍‌କୁ ଅଲଗା କରାଯାଇ ଦ୍ୱିତୀୟ ରିପୋର୍ଟ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଚେକ ବାଉନ୍ସ ହେବାର କାରଣ ନେଇ ପଚରାଉଚରା ଜାରି ରହିଛି। ବୈଷୟିକ କାରଣରୁ ବାଉନ୍ସ ହୋଇଥିବା ଚେକ୍‌ଗୁଡିକ ବ୍ୟାଙ୍କକୁ ପୁଣି ପଠାଯିବ। ଏହି ରିପୋର୍ଟ ଅନୁଯାୟୀ, କୁପନ ଏବଂ ରସିଦ ମାଧ୍ୟମରେ୨୨୫୩.୯୭ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ସେହିଭଳି ଡିଜିଟାଲ ମାଧ୍ୟମରେ ଏସବିଆଇ, ପିଏନବି ଏବଂ ବିଓବିର ସେଭିଂ ଆକାଉଣ୍ଟରେ ପ୍ରାୟ ୪୫୦ କୋଟି ସଂଗ୍ରହ କରାଯାଇଛି। ଦାନ ସଂଗ୍ରହ ପାଇଁ ଟ୍ରଷ୍ଟ ପକ୍ଷରୁ ଦଶ, ଶହେ ଏବଂ ଏକ ହଜାର ଟଙ୍କାର କୁପନ ଛପା କରାଯାଇଥିଲାଙ୍‌। ଏହା ବ୍ୟତୀତ, ଏହି ରାଶିଠାରୁ ଅଧିକ ପାଇଁ ରସିଦ ବ୍ୟବହାର କରାଯାଇଥିଲା ।

ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ ଦଶ ଟଙ୍କାର କୁପନ ର୩୦.୯୯ କୋଟି, ଶହେ ଟଙ୍କାର କୁପନରୁ ୩୭୨.୪୮ କୋଟି, ଏକ ହଜାରରୁ ୨୨୫.୪୬ କୋଟି ଟଙ୍କା ସଂଗ୍ରହ କରାଯାଇଛି। ରସିଦ ମାଧ୍ୟମରେ ୧୬୨୫.୦୪ କୋଟି ଏଭଳି ମୋଟ ୨୨୫୩.୯୭ କୋଟି ଟଙ୍କା ସଂଗ୍ରହ କରାଯାଇଛି।

Share