ଯୁବଚିତ୍ରକାରଙ୍କ କାନ୍‌ଭାସରେ ଅରିନ୍ଦମ ଦାସ

ପାଟଣା,୨୬।୯(ସ୍ବ. ପ୍ର.): କଟକ ମୁଣ୍ଡଳି ଜଳସ୍ରୋତରେ ଫସି ରହିଥିବା ହାତୀର ଖବର ସଂଗ୍ରହକୁ ଯାଇ ଖବର ପାଲଟି ଯାଇଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଦେଇଛି। ତେବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳୀ ଗ୍ରାମର ଯୁବଚିତ୍ର ଶିଳ୍ପି ଲକ୍ଷ୍ମୀଧର ମହାରଣା ନିଜ ରଙ୍ଗ ତୂଳୀ ଜୀବନ୍ତ କରି ଗଢ଼ି ତୋଳି ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅରିନ୍ଦମଙ୍କ ଅବିକଳ ଚେହେରାକୁ ନିଜ ତୂଳୀରେ ଆଙ୍କି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥି ସହ ସେ ତାଙ୍କ ପରିବାରକୁ ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି।

Share