Categories: ବାଣିଜ୍ୟ

ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଓଏଫ୍‌ସି

ଭୁବନେଶ୍ୱର,୨୬ା୧(ସ୍ପୋଟର୍‌ସ ବ୍ୟୁରୋ):ଇଣ୍ଡିଆନ୍‌ ସୁପର ଲିଗ୍‌ରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଦଳ ନିଜ ଅନ୍ତିମ ୬ ମୁକାବିଲାରୁ ୫ଟିରେ ପରାଜିତ ହୋଇଥିବା ବେଳେ ବିଜୟଧାରାକୁ ଫେରିବାକୁ ପ୍ରୟାସ କରିବ। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନରେ ଏଟିକେ ମୋହନବାଗାନ ବିପକ୍ଷରେ ଦଳ ଏହି ମ୍ୟାଚଟି ଖେଳିବ। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ ମ୍ୟାଚଟି ଗୋଲ ଶୂନ୍ୟ ଭାବରେ ଶେଷ ହୋଇଥିଲା। ୨୮ ତାରିଖ ମ୍ୟାଚ ପୂର୍ବରୁ ଓଏଫ୍‌ସି ମୁଖ୍ୟ କୋଚ ଯୋଶେପ୍‌ ଗୋମ୍ବାଉ ଓ ଜୁଆନ୍‌ ଫେରାଣ୍ଡୋ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ୧୪ ଦିନ ପରେ ଦଳ ମ୍ୟାଚ ଖେଳିବାକୁ ଯାଉଛି। ଏକ ସତେଜ ମାନସିକତା ସହ ଦଳ ବିଜୟୀ ହେବାକୁ ପ୍ରୟାସ କରିବ ବୋଲି କହିଛନ୍ତି ମୁଖ୍ୟ କୋଚ୍‌।

Share