Categories: ଖେଳ

ବିଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର,୨୮ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ଓମେନ୍ସ ଲିଗ୍‌ ରବିବାର ଆରମ୍ଭ ହୋଇଛି। ପ୍ରଥମକରି ଭାଗ ନେଇଥିବା ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଇଷ୍ଟକୋଷ୍ଟ ରେଲଓ୍ବେ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ପ୍ରଥମାର୍ଦ୍ଧରେ ଦୁଇ ଦଳ ମଧ୍ୟରେ ଜୋର୍‌ଦାର ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ କୌଣସି ଗୋଲ ହୋଇ ନ ଥିଲା। ଦ୍ୱିତୀୟାର୍ଦ୍ଧରେ ପେନାଲ୍‌ଟିରୁ କାର୍ତ୍ତିକା ଆଙ୍ଗମୁଥୁ(୮୫ ମିନିଟ୍‌) ଗୋଲ ସ୍କୋର କରିବା ସହ ଓଏଫ୍‌ସି ମହିଳା ଟିମ୍‌ ୧-୦ରେ ବିଜୟୀ ହୋଇଥିଲା।

ଓଏଫ୍‌ସିର ପରବର୍ତ୍ତୀ ମ୍ୟାଚ୍‌ ଓଡ଼ିଶା ପୋଲିସ ସହ ଆସନ୍ତା ୧ ଡିସେମ୍ବରରେ ହେବାକୁ ଯାଉଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଫାଓର ଯୁଗ୍ମ ସଚିବ ଅଭିଜିତ୍‌ ପଲ୍‌, ଶୁଭେନ୍ଦୁ ପଣ୍ଡା କ୍ରୀଡ଼ା ସଚିବ, ପୂର୍ବତନ ଫୁଟ୍‌ବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ସସ୍ମିତା ମଲିକ୍‌ ପ୍ରମୁଖ ଯୋଗଦେଇଥିଲେ।

Share