Categories: ଖେଳ

ଅଫ୍‌ଲାଇନ୍‌ରେ ଉପଲବ୍ଧ ହେଲା ଓଏଫ୍‌ସି ଜର୍ସି

ଭୁବନେଶ୍ୱର,୨ା୧୧(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୨୦୨୨-୨୩ ସିଜନ୍‌ ପାଇଁ ଓଡ଼ିଶା ଏଫ୍‌ସି(ଓଏଫ୍‌ସି) ଫ୍ରାଞ୍ଚାଇଜ ପକ୍ଷରୁ ଏହାର ଜର୍ସି ଅଫ୍‌ଲାଇନରେ ଲଞ୍ଚ କରାଯାଇଛି। କ୍ଲବ୍‌ ପକ୍ଷରୁ ୩ଟି କିଟ୍‌ ଲଞ୍ଚ କରାଯାଇଥିବା ବେଳେ ଅଫ୍‌ଲାଇନରେ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଦଳର ପାରମ୍ପରିକ ବାଇଗଣୀ ରଙ୍ଗର ଜର୍ସି ସହିତ କଳା ଓ ଧଳା ରଙ୍ଗର ଦୁଇଟି ନୂତନ ଜର୍ସି ଲଞ୍ଚ ହୋଇଛି। ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଳା ଓ ମନ୍ଦିର ମାଳିନୀ ଭୁବନେଶ୍ୱରର କଳା ଓ ଐତିହ୍ୟ ଉଦ୍ଦେଶ୍ୟରେ ଧଳା ଜର୍ସି ଲଞ୍ଚ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ବର୍ମା ସ୍ପୋଟର୍‌ସ ଷ୍ଟୋରରେ ଏହି ଜର୍ସି ଉପଲବ୍ଧ ହେବ। ଏହି ଅଫ୍‌ଲାଇନ୍‌ ଲଞ୍ଚ ଇଭେଣ୍ଟରେ ଓଏଫ୍‌ସିର କ୍ଲବ ସଭାପତି ରାଜ ଅଠାଓ୍ବଲେ ଏବଂ ଓଏଫ୍‌ସି ମହିଳା ଫୁଟବଲ ଦଳ ଉପସ୍ଥିତ ଥିଲେ।

Share