Categories: ଖେଳ

ଓଏଫ୍‌ସିର ଜୁନିୟର ଜଗରନଟ୍ସ ଲିଗ୍‌

ଭୁବନେଶ୍ୱର,୧୩ା୪(ସ୍ପୋଟର୍‌ସ ବ୍ୟୁରୋ): ତୃଣମୂଳ ସ୍ତରରେ ଫୁଟବଲର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ଏଫ୍‌ସି(ଓଏଫ୍‌ସି) ଓ ପ୍ରୋ ସ୍ପୋର୍ଟ ଡେଭେଲପମେଣ୍ଟ (ପିଏସ୍‌ଡି) ପକ୍ଷରୁ ଜୁନିୟର ଜଗରନଟ୍ସ ଲିଗ୍‌ ଆରମ୍ଭ କରାଯାଇଛି। ୯, ୧୦ ଓ ୧୨ ବର୍ଷରୁ କମ୍‌ ବୟସ ବର୍ଗରେ ଶିଶୁ ମାନଙ୍କୁ ନେଇ ଏହି ଲିଗ୍‌ ଅନୁଷ୍ଠିତ ହେବ। ଏପ୍ରିଲ ୯ ତାରିଖରେ ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯାଇଥିଲା। ମେ ମାସର ଅନ୍ତିମ ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଆସନ୍ତା ଏପ୍ରିଲ ୧୬ ତାରିଖରେ ପରବର୍ତ୍ତୀ ରାଉଣ୍ଡ ମ୍ୟାଚ ଖେଳାଯିବ। ୧୩ ବର୍ଷରୁ କମ୍‌ ବୟସର ବାଳିକା ବାଳକ ମାନଙ୍କ ଫୁଟବଲ ଦକ୍ଷତାର ବୃଦ୍ଧି ତଥା ଏକ ଅନୁକୂଳ ପରିବେଶ ସୃଷ୍ଟି କରବା ପାଇଁ ଏହି ଲିଗ୍‌ ଆରମ୍ଭ ହୋଇଛି। ୯ ଓ ୧୦ ବର୍ଷ ବୟସରୁ କମ୍‌ ବର୍ଗରେ ଫାଇଭ୍‌ ଏ ସାଇଡ୍‌ ଓ ୧୨ ବର୍ଷରୁ କମ୍‌ ବୟସ ବର୍ଗରେ ସେଭେନ୍‌ ଏ ସାଇଡ୍‌ ଫର୍ମାଟରେ ଖେଳା ଯାଇଥିଲା।

 

Share