ମହିଳାଙ୍କୁ ବଳାତ୍କାର ପରେ ଆପତ୍ତିଜନକ ଫଟୋ ଭାଇରାଲ କରି ଗଲେ ଜେଲ      

ଦିଗପହଣ୍ଡି,୧୧ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ପରେ ବ୍ଲାକମେଲ୍‌ କରି ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୪୦ ହଜାର ଟଙ୍କା ଠକି ନେବା ଓ ତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଧରାକୋଟ ଥାନା ଜାହାଡା ଗ୍ରାମ ଦଳିତ ସାହିର ହ୍ରିତିକ କିଶନ ନାଇକ। ସୋମବାର ଥାନା ମାମଲା ନଂ.୪୩୭/୨୪ ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଖାରଜ ହେବାରୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ପ୍ରାୟ ୫ ବର୍ଷ ପୂର୍ବେ ଜରଡ଼ା ଥାନା ପାତ୍ରପୁର ଗ୍ରାମର ଏକ ଭୋଜିରେ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସାକ୍ଷାତ ହୋଇଥିଲା। ସେଠାରେ ସେ କୌଶଳକ୍ରମେ ମହିଳାଙ୍କୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ। ମହିଳା ଜଣଙ୍କ ଘରକୁ ଫେରିବା ପରେ ଅଭିଯୁକ୍ତ ନିୟମିତ ବ୍ୟବଧାନରେ ତାଙ୍କ ପାଖକୁ ଆସୁଥିଲେ। ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ସହ ଅସଞ୍ଜତ ମୁହୂର୍ତ୍ତର ଫଟୋ ଉଠାଇ ଭାଇରାଲ କରିବାର ଧମକ ଦେଇଥିଲେ। ଅଭିଯୁକ୍ତ ହିଞ୍ଜିଳି ଥାନା ପିତ୍ତଳ ଗ୍ରାମର ତାଙ୍କ ପ୍ରେମିକାଙ୍କ ଦ୍ୱାରା ମହିଳାଙ୍କୁ ଭୟଭୀତ କରି ତାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୪୦ ହଜାର ନେଇ ଯାଇଥିଲେ। ଅଭିଯୁକ୍ତଙ୍କ ପ୍ରେମିକା ପୋଲିସ ସ୍କାନରରେ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ୨ ବିଶିଷ୍ଠ ବ୍ୟବସାୟୀ ଘରେ ଚାଲିଛି ଆୟକର ଚଢାଉ

ଗଜପତି,୨୧।୩(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ଦୁଇ ବିଶିଷ୍ଠ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ପାରଳାଖେମୁଣ୍ଡିର ଦୁଇ...

ବେଆଇନ ହୁକା ବାର୍ ଉପରେ ଚଢାଉ; ତମାଖୁ, ଧୂମପାନ ସାମଗ୍ରୀ ଜବତ

ବ୍ରହ୍ମପୁର,୨୧ା୩: ସହରରେ ଚାଲିଥିବା ବେଆଇନ ହୁକା ବାର୍ ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର, ତମାଖୁ ଉତ୍ପାଦ ଏବଂ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ...

ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ଚଢ଼ାଉ: ମିଳୁଛି ପୁଳାପୁଳା ଟଙ୍କା

ଅନୁଗୋଳ,୨୧ା୩: ଅନୁଗୋଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ବଡ଼ ଧରଣର ରେଡ୍‌ ଜାରି ରହିଛି। ଶୁକ୍ରବାର ଦ୍ବିତୀୟ ଦିନରେ ଚଢ଼ାଉ ବେଳେ...

କଟକରେ ଚାଞ୍ଚଲ୍ୟ: ପୋଲିସ ପୋଷାକ ପିନ୍ଧି ମହାନଦୀକୁ ଡେଇଁ ପଡ଼ିଲେ…

କଟକ,୨୧।୩: କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଶୁକ୍ରବାର ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବ୍ୟାରେଜ ଗେଟ ଉପରେ ଚଢି ଯୁବକ ଜଣକ କିଛି...

ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧିନସ୍ଥ ଭିକାରୀପଲୀ ପଞ୍ଚାୟତର ସାମନ୍ତରାପୁରରେ ପାନୀୟ ଜଳ ମୁଖ୍ୟ ସମସ୍ୟା। ବିଶେଷକରି ଗ୍ରୀଷ୍ମ ରୁତୁରେ ଏହି ସମସ୍ୟା...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ ଆରମ୍ଭ

ଝାରସୁଗୁଡ଼ା,୨୧।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶୁକ୍ରବାର ଚତୁର୍ଥ ଦିନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ଖୋଳତାଡ଼ ଆରମ୍ଭ...

ପୁସ୍ତକରେ ପ୍ରତିଫଳିତ ହେଲା ବିଭୁ ଚେତନା

ପାଟଣା,୨୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମୁଖ୍ୟାଳୟରେ ଗୁରୁବାର ରାତିରେ ବର୍ଷୀୟାନ କବୟିତ୍ରୀ ନକ୍ଷେତ୍ରମାଳା ମିଶ୍ରଙ୍କ ‘ସମର୍ପଣ’ କବିତା ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ...

୨୬ଘଣ୍ଟା ପରେ ଅନଶନ ଭାଙ୍ଗିଲେ ସମବାୟ ସମିତି ବୋର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବୃହଦାଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image