Advertisement

ମହିଳାଙ୍କୁ ବଳାତ୍କାର ପରେ ଆପତ୍ତିଜନକ ଫଟୋ ଭାଇରାଲ କରି ଗଲେ ଜେଲ    

ଦିଗପହଣ୍ଡି,୧୧ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ପରେ ବ୍ଲାକମେଲ୍‌ କରି ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୪୦ ହଜାର ଟଙ୍କା ଠକି ନେବା ଓ ତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଧରାକୋଟ ଥାନା ଜାହାଡା ଗ୍ରାମ ଦଳିତ ସାହିର ହ୍ରିତିକ କିଶନ ନାଇକ। ସୋମବାର ଥାନା ମାମଲା ନଂ.୪୩୭/୨୪ ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଖାରଜ ହେବାରୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ପ୍ରାୟ ୫ ବର୍ଷ ପୂର୍ବେ ଜରଡ଼ା ଥାନା ପାତ୍ରପୁର ଗ୍ରାମର ଏକ ଭୋଜିରେ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସାକ୍ଷାତ ହୋଇଥିଲା। ସେଠାରେ ସେ କୌଶଳକ୍ରମେ ମହିଳାଙ୍କୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ। ମହିଳା ଜଣଙ୍କ ଘରକୁ ଫେରିବା ପରେ ଅଭିଯୁକ୍ତ ନିୟମିତ ବ୍ୟବଧାନରେ ତାଙ୍କ ପାଖକୁ ଆସୁଥିଲେ। ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ସହ ଅସଞ୍ଜତ ମୁହୂର୍ତ୍ତର ଫଟୋ ଉଠାଇ ଭାଇରାଲ କରିବାର ଧମକ ଦେଇଥିଲେ। ଅଭିଯୁକ୍ତ ହିଞ୍ଜିଳି ଥାନା ପିତ୍ତଳ ଗ୍ରାମର ତାଙ୍କ ପ୍ରେମିକାଙ୍କ ଦ୍ୱାରା ମହିଳାଙ୍କୁ ଭୟଭୀତ କରି ତାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୪୦ ହଜାର ନେଇ ଯାଇଥିଲେ। ଅଭିଯୁକ୍ତଙ୍କ ପ୍ରେମିକା ପୋଲିସ ସ୍କାନରରେ ଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel