Advertisement

ସୌଭାଗ୍ୟ ପ୍ରାପ୍ତି ପାଇଁ ଭୋଳାନାଥଙ୍କୁ ଏସବୁ ଫୁଲ କରନ୍ତୁ ଅର୍ପଣ…

ଶ୍ରାବଣ ମାସ ସୋମବାରରେ ପ୍ରଭୁ ଭୋଳାନାଥଙ୍କୁ ଜଳ ଲାଗି କରାଯାଇଥାଏ। ତେବେ କେତେକ ନିଦ୍ଦିଷ୍ଟ ଫୁଲ ପ୍ରଭୁଙ୍କୁ ଅର୍ପଣ କଲେ ପ୍ରଭୁ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ପ୍ରଭୁଙ୍କୁ ବେଲପତ୍ର ଅର୍ପଣ କଲେ ବହୁ ସଙ୍କଟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ସେହିପରି ଦୁବଘାସ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତ ହୁଏ। ଗଙ୍ଗଶିଉଳି ଫୁଲ ଭୋଳାନାଥଙ୍କୁ ଲାଗି କଲେ ଜୀବନରେ ସୁଖ ଶାନ୍ତି ଆସିବା ସହିତ ଐଶ୍ଚର୍ଯ୍ୟ ବୃଦ୍ଧି ଘଟେ। ଚାମେଲି ଫୁଲ ଅର୍ପଣ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

ଦୁଦୁରା ଫୁଲ ଲାଗି କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ। ଅରଖ ଫୁଲ ଅର୍ପଣ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତିର ମାର୍ଗ ସୁଗମ ହୋଇଥାଏ। ଅଳସୀ ଫୁଲ ଭୋଳାନାଥଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ସମସ୍ତ ଦେବାଦେବୀଙ୍କର ପ୍ରିୟପାତ୍ର ପାଲଟି ଯାଇଥାନ୍ତି।

ସେହିପରୀ ସମୀ ପତ୍ରରେ ପୂଜନ କଲେ ମୋକ୍ଷ ପ୍ରାପ୍ତି ଘଟିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। କନିଅର ଫୁଲ ଭୋଳାନାଥଙ୍କ ଅର୍ପଣ କଲେ ନୂଆ ବସ୍ତ୍ର ପ୍ରାପ୍ତି ଘଟିଥାଏ। ମଲ୍ଲୀ ଫୁଲ ଭୋଳାନାଥଙ୍କୁ ଅର୍ପଣ କଲେ ନିଜ ପସନ୍ଦର ଜୀବନ ସାଥୀ ମିଳିଥାନ୍ତି। ଜୁଇ ଫୁଲ ଲାଗି କଲେ ଧନଧାନ୍ୟ, କାରବାର ବୃଦ୍ଧି ସହିତ ନୂତନ ଗୃହ ନିର୍ମାଣ ହୋଇଥାଏ। କଳା ଦୁଦୁରା ଫୁଲରେ ପୂଜାର୍ଚ୍ଚନା କଲେ ସୋଭାଗ୍ୟ ପ୍ରାପ୍ତି ଘଟିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share