ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ସମୟରେ ରିଲାଏନ୍ସ ଜିଓ ତା’ର ଗ୍ରାହକଙ୍କ ପାଇଁ ଆଣିଛି ବଡ଼ ଉପହାର। ଏବେ ଗ୍ରାହକଙ୍କ ଡାଟା ପ୍ୟାକ୍ ଶେଷ ହୋଇଯିବା ପରେ ଆଉ ଚିନ୍ତା କରିବାର ନାହିଁ। ରିଲାଏନ୍ସ ଜିଓ ‘ଏମରଜେନ୍ସି ଡାଟା ଲୋନ୍’ ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ପୂର୍ବ ସୁବିଧା ପ୍ରଦାନ କରିବ। ଏ ସମ୍ପର୍କରେ ରିଲାଏନ୍ସ ଜିଓର ମୁଖ୍ୟ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି। ଜିଓ ନିଜର ଗ୍ରାହକଙ୍କ ପାଇଁ ସର୍ବଦା ନୂଆ କିଛି ଆଣିଥାଏ।