ପ୍ରାୟ ସମୟରେ ଅଫିସ୍‌ରେ ଝୁଲୁଛି ତାଲା

ଜୁନାଗଡ,୨୯।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ଇନ୍ଧାରା ଗାନ୍ଧୀ ଛକ ନିକଟରେ ଥିବା ବୈଧମାପ ନିରୀକ୍ଷକ ବିଜ୍ଞାନଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ଏଠାରେ ଓଡିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ନିରୀକ୍ଷକଙ୍କ ପାଇଁ ଅଫିସ ମଧ୍ୟ ରହିଛି। ହେଲେ ଏହି ଅଫିସ ପ୍ରାୟ ସମୟରେ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି। ଏପରିକି ସ୍ଥାନୀୟ ଲୋକେ ମଧ୍ୟ ଅଫିସ ଖୋଲାଯିବା କେବେ ଦେଖି ନ ଥିବା ଅଭିଯୋଗ ହୋଇଛି। ଫଳରେ ସରକାରଙ୍କ ଏହି ବିଭାଗ ଥିଲା ନ ଥିଲା ବୋଲି ମନେହେଉଛି। ସୂଚନା ଅନୁଯାୟୀ, ଦାୟିତ୍ୱରେ ଥିବା ନିରୀକ୍ଷକ ଜଣକ ଦୋକାନ, ବଜାର ତଥା ବିଭିନ୍ନ ମାପ ଓଜନ ହେଉଥିବା ସ୍ଥାନରେ ମାପ, ଓଜନର ଯାଞ୍ଚ ତଥା ରେନୁଆଲ ଯାଞ୍ଚ କରିବାର ନିୟମ ରହିଛି। ସେହିପରି ଯେଉଁମାନେ ମାପ ଓଜନର ବ୍ୟବସାୟ କରୁଛନ୍ତି ସେମାନେ ବର୍ଷକୁ ଥରେ ମାପ ଓଜନ ସାମଗ୍ରୀର ରେନୁଏଲ କରିବା ପାଇଁ ଏହି ଅଫିସକୁ ଆସିଥାନ୍ତି। ହେଲେ ଏଠାରେ ଅଫିସରେ ପ୍ରାୟ ସମୟରେ ତାଲା ପଡ଼ି ରହୁଥିବାରୁ କେମିତି ଏହି ବିଭାଗ ଚାଲିଛି ତାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Share