କଟକ ଅଫିସ,୨୦ା୮: ଏସ୍ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବୁଧବାର ପ୍ରଥମ କରି ୩ ଜଣ ଷ୍ଟାଫ୍ଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ତେବେ ଗୁରୁବାର ସକାଳେ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆଟେଣ୍ଡାଣ୍ଟ ଏବଂ ୨ କିରାଣି। ଫଳରେ ଏଠାରେ ବର୍ତ୍ତମାନ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏତଦ୍ବ୍ୟତୀତ ଏଠାରେ ମଧ୍ୟ କ୍ୟାନ୍ସର ହସ୍ପିଟାଲଠାରୁ ସ୍ଥିତି ବଳିଯିବ ବୋଲି କିଛି କର୍ମଚାରୀ ପ୍ରକାଶ କରିଛନ୍ତି।