ଅଫିସର୍‌ଙ୍କୁ ଏମିତି କହି ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୬: ଓଡ଼ିଶା ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମସ୍ଥଳରେ ଲୋକଙ୍କ ଭିଡ଼ ତୁଳନାରେ ପର୍ଯ୍ୟାପ୍ତ ଟେଣ୍ଟ ବ୍ୟବସ୍ଥା ହୋଇ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି। ଆଉ ଅଫିସରରାଜ୍‌ ଚଳିବ ନାହିଁ। ଅଫିସରମାନଙ୍କୁ ସରକାରଙ୍କ ଆଦେଶ ମାନିବାକୁ ପଡ଼ିବ ଏବଂ ନ ମାନିଲେ ଜାଗା ଛାଡ଼ିବାକୁ ପଡ଼ିବ ବୋଲି ସେ ସତର୍କ କରି ଦେଇଛନ୍ତି। ଉଭୟ ରବି ଏବଂ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କୁ ବିନା କଟନିଛଟନିରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ ମିଳିବ ବୋଲି ସେ କହିଛନ୍ତି।

Share