ଲାଞ୍ଚ ନେବେ ନାହିଁ କି ଦେବେ ନାହିଁ: ଶପଥ ପାଠ କଲେ ଅଧିକାରୀ

ଭଦ୍ରକ ଅଫିସ, ୩୧।୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ସୋମବାର ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଉଦ୍ଦିଷ୍ଟ ଶପଥପାଠ ପତ୍ର ପଠନ ପୂର୍ବକ ସମସ୍ତଙ୍କୁ ଶପଥ କରାଇଥିଲେ। ଅତିରିକ୍ତ ଉପଜିଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ, ବୈଷୟିକ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର, ଜିଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି, ଡେପୁଟି କଲେକ୍ଟର କସ୍ତୁରୀବାଳା ଜେନା, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଜିଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ କୁମାର ମିଶ୍ର ପ୍ରମୁଖଙ୍କ ସହ ଜିଲା କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀ ଶପଥପାଠ କରିଥିଲେ। ଦେଶର ଆର୍ଥିକ, ସାମାଜିକ ଓ ରାଜନୈତିକ ପ୍ରଗତିରେ ଦୁର୍ନୀତି ହିଁ ସବୁଠୁ ବଡ଼ ବାଧକ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବେ, ଲାଞ୍ଚ ନେବେ ନାହିଁ କି ଦେବେ ନାହିଁ ବୋଲି ଅଧିକାରୀମାନେ ଶପଥ ନେଇଥିଲେ।

Share