ବାରାକ ଓବାମା, ମିଶେଲ ଓବାମାଙ୍କୁ ସ୍ୱତନ୍ତ୍ର ସମ୍ମାନ, ହ୍ୱାଇଟ ହାଉସରେ ଲାଗିଲା ଅଫିସିୟାଲ ପୋଟ୍ରେଟ୍‌

ୱାଶିଂଟନ,୮ ।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଅଫିସିୟାଲ ଫଟୋ ବୁଧବାର ହ୍ୱାଇଟ ହାଉସରେ ଏକ ଭବ୍ୟ ସମାରୋହ ସହ ଅନାବରଣ କରାଯାଇଛି । ଏହି ସମାରୋହରେ ଓମାବା ଓ ବିଶେଲଙ୍କ ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫାଷ୍ଟ ଲେଡି ଡ. ଜିଲ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ ଉପସ୍ଥିତ ଥିଲେ ।
ଏହି ଅବସରେ ଜୋ ବାଇଡେନ କହିଥିଲେ ଆଜି ପର୍ଯ୍ୟନ୍ତ ବି ଓବାମା ଓ ମିଶେଲ ଆମେରିକୀୟଙ୍କ ହୃଦୟରେ ରହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଓ ଜିଲ ବେଶ କିଛି ଦିନ ହେବ ମାହାମାରୀରୁ ସୁସ୍ଥ ହେବା ପରେ ଅପେକ୍ଷା ରଖିଥିଲୁ ହ୍ୱାଇଟ ହାଉସର ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବାକୁ । ଏବେ ଆମେ ଆମର ଦୁଇ ଭଲ ବନ୍ଧୁ ଓ ଦୁଇ ମହାନ ଆମେରିକୀୟଙ୍କ ଚିତ୍ର ଉନ୍ମୋଚନ କରି ଏମିତି ଖୁସି ଅନୁଭବ କରୁଛୁ , ଯିଏ ଏବେ ପର୍ଯ୍ୟନ୍ତ ବି ଆମେରିକାବାସୀଙ୍କ ହୃଦୟରେ ରହିଛନ୍ତି ।
ଓବାମା ଓ ମିଶେଲଙ୍କ ପୋଟ୍ରେଟକୁ ହ୍ୱାଇଟ ହାଉସ ହିଷ୍ଟୋରିକାଲ ଆସୋସିଏଶନ ଦ୍ୱାରା ଅଧିଗ୍ରହଣ ଓ କମିଶନ କରାଯାଇଛି । ଯାହାକୁ ଏକ ପରମ୍ପରା ଭାବେ ଆସୋସିଏଶନ ୧୯୬୫ରେ ଆରମ୍ଭ କରିଥିଲା । ସେତେବେଳେ ପ୍ରଥମଥର କଳାକାରଙ୍କ ଅଫିସିଆଲ ନାମ ସାମ୍ନାକୁ ଆସିଥିଲା । ରବର୍ଟ ମ୍ୟାକକର୍ଡି ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଫଟୋ ପ୍ରସ୍ତୁତ କରିଥିବା ବେଳେ ମିଶେଲ ଓବାମାଙ୍କ ଫଟୋ ଶୋରୋନ ସ୍ପଂଗ ପେଣ୍ଟ କରିଛନ୍ତି । ଏମାନଙ୍କର ଖୁବ୍ ପ୍ରଶଂସା କରିଛନ୍ତି ଓବାମା । ସେ କହିଛନ୍ତି ମିଶେଲଙ୍କର ଯାହା ତାଙ୍କୁ ପସନ୍ଦ ଲାଗେ ଏ ସବୁକୁ ଚିତ୍ରରେ ସ୍ଥାନିତ କରିଛନ୍ତି ଶୋରୋନ । ଏହାସହ ରବର୍ଟ ମ୍ୟାକକର୍ଡି ମଧ୍ୟ ଏକ ଅଦ୍ଭୁତ କଳାକାର । ସେ ମୁହଁର ପ୍ରକୃତ ଏକ୍ସପ୍ରେସନ ଏମିତିକି ଶର୍ଟର ପ୍ରତିଟି କ୍ରିଚକୁ ବି ପାଖରୁ ଦେଖି ଫଟୋରେ ସ୍ଥାନିତ କରିଛନ୍ତି । ଏହି ଅବସରରେ ଓବାମା କହିଥିଲେ ଆମେରିକାକୁ ବାଇଡେନଙ୍କ ଭଳି ଜଣେ ରାଷ୍ଟ୍ରପତି ମିଳିବା ସୌଭାଗ୍ୟର ବିଷୟ ।

Share