ପଶୁପତି ମନ୍ଦିରରେ ଦୁର୍ନୀତି ଯାଞ୍ଚ୍‌ ପାଇଁ ପହଞ୍ଚିଲେ ଅଧିକାରୀ…

କାଠମାଣ୍ଡୁ,୨୫।୬ : ଦୁର୍ନୀତି ନିବାରଣ ସଂସ୍ଥା ରବିବାର ନେପାଳର ପାଶୁପତିନାଥ ମନ୍ଦିର ପରିସର ଖାଲି କରି ମନ୍ଦିରରେ ଜାଲହରୀ ସହ ଜଡିତ ଦୁର୍ନୀତିର ଯାଞ୍ଚ ପାଇଁ ଅଧିକାରୀମାନେ ମନ୍ଦିରର ଜଲହରୀରେ ବ୍ୟବହୃତ ସୁନା ଯାଞ୍ଚ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୧୦୦ କିଲୋଗ୍ରାମ ଓଜନର ଜଲହରୀରୁ ୧୦ କିଲୋଗ୍ରାମ ସୁନା ନିଖୋଜ ଥିଲା। କାଠମାଣ୍ଡୁରେ ପାଶୁପତିନାଥ ମନ୍ଦିର ହେଉଛି ସର୍ବ ପୁରାତନ ହିନ୍ଦୁ ମନ୍ଦିର। ଜଲହରୀ ହେଉଛି ଏକ ସୁନା ଅଳଙ୍କାର ଯାହା ଗତ ବର୍ଷ ମହାଶିବରାତ୍ରୀ ସମୟରେ ମନ୍ଦିର ଭିତରେ ଥିବା ଶିବଲିଙ୍ଗ ଚାରିପାଖରେ ସ୍ଥାପିତ ହୋଇଥିଲା। ଶିବଲିଙ୍ଗଙ୍କ ଅଳଙ୍କାରରୁ ୧୦ କିଲୋଗ୍ରାମସୁନା ନିଖୋଜ ହୋଇଥିବାର ଖବର ନେଇ ସଂସଦରେ ପ୍ରଶ୍ନ ଉଠିବା ପରେ ତଦନ୍ତ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପଶୁପତି କ୍ଷେତ୍ର ବିକାଶ ପ୍ରାଧିକରଣ ଦାବି କରିଛି ଜଲହରୀ ତିଆରି କରିବା ପାଇଁ ୧୦୩ କିଲୋଗ୍ରାମ ସୁନା କିଣିଛି କିନ୍ତୁ ଅଳଙ୍କାରରୁ ୧୦ କିଲୋଗ୍ରାମ ସୁନା ହଜିଯାଇଛି। ପଶୁପତି କ୍ଷେତ୍ର ବିକାଶ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଘନଶ୍ୟାମ ଖଟିୱାଡା ଗଣମାଧ୍ୟମକୁ କହିଛନ୍ତି ନିଖୋଜ ସୁନା ଉପରେ ପ୍ରଶ୍ନ ଉଠିବା ପରେ ଏହାର ଗୁଣବତ୍ତା ଏବଂ ଓଜନ ନିର୍ଣ୍ଣୟ କରିବା ପାଇଁ ପଶୁପତିନାଥଙ୍କ ସୁନାରେ ନିର୍ମିତ ଜଲହରୀ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗ୍ରହଣ କରାଯାଇଛି।

ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ନେପାଳ ସେନା କର୍ମଚାରୀଙ୍କ ସମେତ ସୁରକ୍ଷା କର୍ମୀଙ୍କୁ ପଶୁପତି ମନ୍ଦିର କମ୍ପ୍ଲେକ୍ସରେ ନିୟୋଜିତ କରାଯାଇଛି। ରବିବାର ଅପରାହ୍ନ ସାଢ଼େ ୩ଟାଠାରୁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି ଏବଂ ମନ୍ଦିର ମଧ୍ୟରାତ୍ରି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂତ୍ରରୁ ପ୍ରକାଶ। ସିଆଇଏ ଅଧିକାରୀମାନେ ମନ୍ଦିରର ଚାରୋଟି କବାଟକୁ ସିଲ କରିଥିଲେ ଏବଂ ଶ୍ରଦ୍ଧାଳୁମାନଙ୍କୁ ପରିସର ଛାଡିବାକୁ କୁହାଯାଇଥିଲା।

 

Share