ଭୁବନେଶ୍ୱର, ୧୦।୫(ବ୍ୟୁରୋ): ଏଣିକି ସ୍କୁଲରେ ଛାତ୍ରୀଛାତ୍ରଙ୍କ ଅଫ୍ଲାଇନ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ର ଚାହିଁଲେ ଅନ୍ଲାଇନ୍ରେ କ୍ଲାସ୍ କରିପାରିବେ। ରାଜ୍ୟରେ ଦୁଇଟି ହଷ୍ଟେଲରେ ଛାତ୍ରୀଛାତ୍ର କରୋନା ସଂକ୍ରମଣ ହେବାପରେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଦୀକ୍ଷା ପୋର୍ଟାଲରେ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିପାରିବେ ବୋଲି ସୂଚନା ଦିଆଯାଇଛି।