ବାରଙ୍ଗ,୨।୩(ଡି.ଏନ୍.ଏ.): ନନ୍ଦନକାନନରେ ଅଫଲାଇନ ଟିକଟ ଓ ବଣଭୋଜିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତିା ନନ୍ଦନକାନନ ଉପନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ଜାନୁୟାରୀ ୭ରୁ କରୋନା କଟକଣା ପାଇଁ ଅଫଲାଇନ ଟିକେଟ ବନ୍ଦ ଥିବାବେଳେ ଭୋଜି କରିବାକୁ ମଧ୍ୟ ବାରଣ ହୋଇଥିଲା। ବର୍ତ୍ତମାନ ଏବେ ନନ୍ଦନକାନନରେ ଅଫଲାଇନ୍ରେ ଟିକଟ ଓ ବଣଭୋଜିକୁ ଅନୁମତି ଦିଆଯାଇଛି।