Categories: ବାଣିଜ୍ୟ

ଓଏଚ୍‌ପିସିର ଟ୍ରେନିଂ ହଷ୍ଟେଲ କମ୍ପ୍ଲେକ୍ସ

ଭୁବନେଶ୍ୱର,୨୫।୪: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ୫ ମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ ଟ୍ରେନିଂ ହଷ୍ଟେଲ କମ୍ପ୍ଲେକ୍ସର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏଚ୍‌ପିସିର ଚେୟାରମ୍ୟାନ ବିଷ୍ଣୁପଦ ସେଠୀଙ୍କ ସମେତ ଓଏଚପିସିର ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାରଙ୍କ ସମେତ ନିର୍ଦ୍ଦେଶକ (ଏଚ୍‌ଆର) ଡ. ପ୍ରବୋଧ କୁମାର ମହାନ୍ତି, ନିର୍ଦ୍ଦେଶକ (ଅପରେଶନ) ଆଶିଷ କୁମାର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ପଟିଆଠାରେ ନବନିର୍ମିତ ଏହି ଉଚ୍ଚ ଅଟ୍ଟାଳିକାରେ ସବୁ ପ୍ରକାରର ସୁବିଧା ରହିଛି। ଏପରିକି ପ୍ରାୟ ୩୭୦୦ (୩୬୬୨) ବର୍ଗଫୁଟ ଜମିରେ ଗଢି ଉଠିଥିବା ବିଶାଳ ଅଟ୍ଟାଳିକାରେ ୧୨ଟି ସଙ୍ଗଲ ରୁମ, ୧୨ଟି ଡବଲ ବେଡରୁମ ସହ ସମ୍ମଳନୀ କକ୍ଷ, ଅତ୍ୟାଧୁନିକ ଶ୍ରେଣୀଗୃହ ଇତ୍ୟାଦି ରହିଛି।

Share