ଓଏଚ୍‌ଆର୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ପୁଣି ସଜା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ପୂର୍ବତନ ଏମ୍‌ଡି ତଥା ଆଇଏଏସ୍‌ ବିନୋଦ କୁମାରଙ୍କୁ ପୁଣିଥରେ ସଜା ମଳିଛି। ଭୂମିକା ବିଲଡର ଲୋନ୍‌ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସର ସ୍ପେଶାଲ ଜଜ୍‌ ଏହି ୬ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନୋଦଙ୍କ ସହ କମ୍ପାନୀ ସେକ୍ରେଟାରୀ ସତ୍ୟ ପ୍ରକାଶ ବେହେରା, ସ୍ବସ୍ତିକ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ବାଇଁ, ଭୂମିକା ବିଲଡର ମ୍ୟାନେଜିଂ ପାର୍ଟନର ଦେବଦତ୍ତ ରାୟ ଏବଂ ବିଭୂତି ଭୂଷଣ ସ୍ବାଇଁଙ୍କୁ କୋର୍ଟ ଏହି ସଜା ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଓଆର୍‌ଏଚ୍‌ଡିସି ଓ ମେଟ୍ରୋ ବିଲଡର ମାମଲାରେ ଭିଜିଲାନ୍ସର ସ୍ପେଶାଲ ଜଜ୍‌ ବିନୋଦଙ୍କ ସମେତ ୪ ଜଣଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଶୁଣାଇସାରିଛନ୍ତ। ଏହି ତାଲିକାରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ନିଗମର ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ର, ମେଟ୍ରୋ ବିଲଡରର ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ଜରିମାନା ସହ ୩ ବର୍ଷ ଲେଖାଏ ସଜା ଶୁଣାଇଥି

Share