ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଆପତ୍ତି ଉଠାଇଲେ ୫୭ମୁସଲିମ ଦେଶ, ବାବ୍ରି ମସଜିଦକୁ ନେଇ କହିଲେ ଏପରି…

ନୂଆଦିଲ୍ଲୀ,୨୪।୧: ଅର୍ଗାନାଇଜେଶନ ଅଫ୍‌ ଇସଲାମିକ କର୍ପୋରେଶନ(OIC) ୫୭ ମୁସଲିମ ଦେଶର ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଆପତ୍ତି ଉଠାଇଛି। ମନ୍ଦିର ପ୍ରତିଷ୍ଠା ଉପରେ ଅଭିଯୋଗ କରି ସଂଗଠନ କହିଛି, ୫ଦଶକ ଧରି ଏଠାରେ ବାବ୍ରୀ ମସଜିଦ ରହି ଆସିଛି।
ମଙ୍ଗଳବାର ଓଆଇସି ତରଫରୁ ଆଧିକାରୀକ ଭାବରେ ଏହି ବୟାନ ଜାରି କରାଯାଇଛି। ବୟାନରେ ଓଆଇସି କହିଛି, ଓଆଇସି ସଚିବାଳୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛି। ଏଠାରେ ପୂର୍ବରୁ ବାବ୍ରୀ ମସଜିଦ ବିଧ୍ୱସଂ କରାଯାଇଥିଲା। ଇସଲାମିକ ସ୍ମାରକକୁ ନଷ୍ଟ କରାଯାଇ ମନ୍ଦିର ନିର୍ମାଣକୁ ମହାସଚିବାଳୟ କଡା ନିନ୍ଦା କରୁଛି।

Share