Categories: ଜାତୀୟ

ୟାସିନ ମଲିକଙ୍କ ସଜାକୁ ନେଇ ଇସଲାମିକ ସଙ୍ଗଠନ ଉଠାଇଥିବା ପ୍ରଶ୍ନର କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮ ।୫: ଭାରତ ଶୁକ୍ରବାର ସ୍ପଷ୍ଟ କରିଛି ଯେ ୟାସିନ ମଲିକଙ୍କ ମାମଲାରେ ଇସଲାମିକ ସହଯୋଗୀ ସଙ୍ଗଠନ(ଓଆଇସି) ଦେଉଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଓଆଇସିର ସ୍ୱତନ୍ତ୍ର ସ୍ଥାୟୀ ମାବାଧିକାର ଆୟୋଗ(ଆଇପିଏଚଆରସି) ୟାସିନ ମଲିକଙ୍କ ଆତଙ୍କବାଦୀ କାର୍ଯ୍ୟକଳାପକୁ କୋର୍ଟରେ ସମର୍ଥନ ଜଣାଇଛି ।
ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ମାଧ୍ୟମରେ ଜଣାଇଛି କି ଆତଙ୍କବାଦ ଉପରେ ବିଶ୍ୱ ଜିରୋ ଟଲରାସ୍ନ୍ ବା ଶୂନ୍ୟ ସହନଶୀଳତା ଚାହୁଁଛି । ଆମେ ଓଆଇସିକୁ ଅନୁରୋଧ କରୁଛୁ ଯେ ଏହି ମାମଲାକୁ କୌଣସି ପ୍ରକାରେ ଉଚିତ ବୋଲି କୁହା ନ ଯାଉ । ୟାସିନ ମଲିକଙ୍କ ମାମଲାରେ ଏହି ନିଷ୍ପତ୍ତିକୁ ସମାଲୋଚନା କରୁଥିବା ଓଆଇସି-ଆଇପିଏଚଆରସିର ମନ୍ତବ୍ୟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି ।

Share