Advertisement
Categories: ରାଜ୍ୟ

ଲକ୍ଷେ ୪୩ ହଜାର ଟଙ୍କାରେ ବିକ୍ରି ହେଲା ତେଲିଆ ମାଛ

ଭଦ୍ରକ ଅଫିସ,୨ା୧୦- ଭଦ୍ରକ ଜିଲା ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବୀଙ୍କ ଜାଲରେ ୨୨ କି.ଗ୍ରା ଓଜନର ଏକ ତେଲିଆ ମାଛ ପଡ଼ିଥିଲା। ଶୁକ୍ରବାର କି.ଗ୍ରା ପିଛା ସାଢ଼େ ୬ ହଜାର ଦାମରେ ମୋଟ ଲକ୍ଷେ ୪୩ ହଜାର ଟଙ୍କାରେ ମାଛଟି ନିଲାମ ହୋଇଛି। କୋଲକାତାର ଜଣେ ମାଛ ବ୍ୟବସାୟୀ ଏହାକୁ କିଣିଛନ୍ତି। ତେବେ ମାଛଟି ଖାଇବା ଅପେକ୍ଷା ଏହାର ଅଧିକ ଔଷଧୀୟ ଗୁଣ ଥିବାରୁ ଏହାକୁ ଶିଳ୍ପ କ୍ଷେତ୍ରରେ ବେଶୀ ବ୍ୟବହାର କରାଯାଏ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share