ତେଲ ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଦାମନଯୋଡ଼ି,୨୯।୭(ମାନସ ରଞ୍ଜନ କର): ନାଲକୋ ଦାମନଯୋଡ଼ି ପ୍ୟାଣ୍ଟର ଟିଆରଏସ୍‌ ଗେଟ ନିକଟରେ ତେଲ ବୋଝେଇ ହୋଇ ଆସୁଥିବା ଏକ ମାଲବାହୀ ଟ୍ରେନ ସୋମବାର ଲାଇନଚ୍ୟୁତ୍‌ ହୋଇଛି। ଫଳରେ ଟ୍ରେନର ଦୁଇଟି ବଗି ଟ୍ରାକରୁ ବାହାର ମାଟିରେ ପଶି ଯାଇଥିବା ଦେଖିବାକୁ ମିଳିଛି। ତେବେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛି।

ଖବରପାଇ ସିଆଇଏସ୍‌ଏଫ, ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। କିନ୍ତୁ ବଗି ଗୁଡିକରେ ତେଲ ଲୋଡଥିବାରୁ ହାଇଡ୍ରୋଲିକ ଜ୍ୟାକ୍‌ ବିନା ସେଗୁଡ଼ିକ ଉଠାଇବା ସମ୍ଭବ ହୋଇ ନ ଥିଲା। ଏନେଇ ରେଳବାଇ ପକ୍ଷରୁ କୋରାପୁଟ ଷ୍ଟେଶନକୁ ଅବଗତ କରାଯାଇଥିବା ବେଳେ ମଙ୍ଗଳବାର କୋରାପୁଟରୁ ଏକ ଟିମ୍‌ ପହଞ୍ଚିବା ପରେ ବଗିଗୁଡ଼ିକୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି।