Posted inଫୁରସତ

ତାଳଗଛ ଗଣ୍ଡିରେ ତେଲ ବୋଳି …

ଉଚ୍ଚା ଉଚ୍ଚା ତାଳଗଛରେ ଚଢ଼ିବା ଆଦୌ ସହଜ ନୁହେଁ। ଅନେକ ଅଭ୍ୟାସ କଲେ ଯାଇ ଜଣେ ଚଢ଼ିପାରିବେ ଏହି ଗଛ। ଭାବିଲେ ଦେଖି ଯଦି ଏଇ ତାଳଗଛର ଗଣ୍ଡିରେ ତେଲ ବୋଳି ଦିଆଯାଏ ପରିସ୍ଥିତି କେମିତି ହେବ! ଚଢ଼ିବା ଅସମ୍ଭବ ହେଇଯିବ ନିଶ୍ଚିତଭାବେ। ତେବେ ପ୍ରତିବର୍ଷ ଅଗଷ୍ଟ ୧୭ ତାରିଖ, ଇଣ୍ଡୋନେସିଆର ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ପାରମ୍ପରିକ ପର୍ବ ପାଳନ ସହ ଆତସବାଜି ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ହୁଏ। ତନ୍ମଧ୍ୟରେ ତାଳଗଛ ଚଢ଼ା ପ୍ରତିଯୋଗିତା ଅନ୍ୟତମ। ଏଥିରେ ତାଳଗଛର ଗଣ୍ଡିଗୁଡ଼ିକୁ ଗ୍ରିଜ୍‌ କରିଦିଆଯାଏ। ଆଉ ପୂରା ଶିଖରରେ ଅର୍ଥାତ୍‌ ପତ୍ର ରହୁଥିବା ସ୍ଥାନରେ ନାନା ପ୍ରକାରର ଉପହାର ରଖାଯାଏ। ଏଥିରେ ଚାରିଜଣିଆ ଟିମ୍‌ ଅଂଶଗ୍ରହଣ କରନ୍ତି। ଏହି ଖସଡ଼ା ତାଳଗଛର ଗଣ୍ଡିକୁ ଚଢ଼ିବାବେଳେ ଆୟୋଜକମାନେ ପ୍ରତିଯୋଗୀଙ୍କ ଉପରେ ପାଣି ବି ଢାଳିଥାଆନ୍ତି। ଯେଉଁମାନେ ଏହିସବୁ ପ୍ରତିବନ୍ଧକକୁ ସାମ୍‌ନା କରି ପ୍ରଥମେ ଉପରକୁ ଚଢ଼ିପାରନ୍ତି, ସେହି ଦଳ ବିଜୟୀ ହୁଏ। ଆଉ ଗଣ୍ଡିର ଉପର ଭାଗରେ ଥିବା ଉପହାର ସେମାନଙ୍କର ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri