ଲଳିତକଳା ଏକାଡେମୀରେ ସ୍ଥାନ ପାଇଲା ୧୭ ଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର, ୧୬।୩ (ବ୍ୟୁରୋ): ଓଡ଼ିଶା ଲଳିତକଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ଏହ ଅବସରରେ ଓଡ଼ିଶାର ଦିବଂଗତ ୧୭ଜଣ ଚିତ୍ରଶିଳ୍ପୀତ୍ରୁ ଶ୍ରଦ୍ଧାଞ୍ଜଳି ଜଣାଇ ସମୋନଙ୍କ ତୈଳଚିତ୍ର ଏକାଡେମୀରେ ସ୍ଥାନ ପାଇଛି। ସଂସ୍କୃତି ଭବନ ପରିସର ଲଳିତକଳା ଏକାଡେମୀର ସମ୍ମୁଖ ପ୍ରକୋଷ୍ଠରେ ଏହା ପ୍ରଦର୍ଶିତ ହୋଇଥିଲା। ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏକାଡେମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share