ଟିଟିଲାଗଡ଼ରେ ତୈଳ ଦର ବୃଦ୍ଧି ପ୍ରତିବାଦ

ଟିଟିଲାଗଡ଼,୧୫।୨(ଡି.ଏନ୍‌.ଏ.): ଆଜି ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସହରର ସମସ୍ତ ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାନବାହନ ଚଳାଚଳ, ବ୍ୟାଙ୍କ, କେନ୍ଦ୍ର କାର୍ଯ୍ୟାଳୟ କୋର୍ଟ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ନଗର ସଭାପତି ପ୍ରଭାସ ବହିଦାରଙ୍କ ନେତୃତ୍ୱରେ ପିସିସି ସଭ୍ୟ ଡମ୍ବରୁ ଛତ୍ରିଆ, ବିକାଶ ପାଣିଗ୍ରାହୀ, କୃଷ୍ଣ ସରାଫ, ଅଭିଷେକ ପଟ୍ଟନାୟକ, ଜୟସିଂ ତାଣ୍ଡି, ବିଚିତ୍ର ବାଗ ପ୍ରମୁଖ ଶତାଧିକ କର୍ମକର୍ତ୍ତା ସହରରେ ବାଇକ ରାଲି ସହ ପିକେଟିଂ ପୂର୍ବକ ଦୋକାନ ବଜାର ବନ୍ଦ କରିଛନ୍ତି।

Share