ନୂଆଦିଲ୍ଲୀ, ୨୭।୬: ଲଗାତାର ୨୧ ଦିନ ପାଇଁ ବଢ଼ିଲା ତୈଳଦର। ଶନିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୧୩ଟଙ୍କାରୁ ବୃଦ୍ଧି ପାଇ ୮୦.୩୮ଟଙ୍କା ହୋଇଛି। ସେହିଭଳି ଡିଜେଲ ୮୦.୪୦ ଟଙ୍କା ହୋଇଛି। ଏଣୁ ରାଜଧାନୀ ଦିଲ୍ଲୀରେ ଡିଜେଲ ପେଟ୍ରୋଲ ଦାମଠାରୁ ଅଧିକା ରହିଛି।
ତେଲ ଦର ବୃଦ୍ଧି ପାଇଲେ ପନିପରିବା ଏବଂ ଫଳ ବଜାର ଉପରେ ପ୍ରଭାବ ପଡେ। ଟ୍ରାନ୍ସପୋଟେସନ ଚାର୍ଜ ଅଧିକା ହେଉଥିବାରୁ ପନିପରିବା ଦର ବଢ଼ିଥାଏ। ଧିରେ ଧିରେ ଦେଶର ପ୍ରମୁଖ ସହରର ବଜାରରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।