Categories: ବାଣିଜ୍ୟ

୪ ଦିନ ହେଲା ବଢୁଛି ତେଲ ଦର

ଭୁବନେଶ୍ୱର: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢ଼ି ଲିଟର ପିଛା ଦର ୮୨.୧୩ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ୨୦ ପଇସା ବଢ଼ିବା ଯୋଗୁ ଲୋକଙ୍କୁ ୭୭.୫୯ ଟଙ୍କା ଦେବାକୁ ପଡୁଛି। ସୂଚନାଯୋଗ୍ୟ, ଗତ ୨ ମାସ ହେବ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ପୁଣି ଥରେ ଲଗାତର ତେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ବଢ଼ାଇଛି। ବର୍ତ୍ତମାନ କରୋନା ପାଇଁ ଲୋକମାନେ ଚିନ୍ତାରେ ରହିଛନ୍ତି। ହେଲେ ପୁଣି ଥରେ ତେଲ ଦର ଲଗାତର ବଢିବା ଯୋଗୁ ଏହା ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ଦେଶର ମେଟ୍ରୋ ସହରଗୁଡ଼ିକରେ ପେଟ୍ରୋଲ ଲିଟର ପିଛା ଦର ୬ରୁ ୭ ପଇସା ଏବଂ ଡିଜେଲ ଦର ୧୭ରୁ ୨୦ ପଇସା ବଢିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୫୩ ଟଙ୍କା ଛୁଇଁଛି। ସେହିଭଳି ଚେନ୍ନାଇରେ ଏହାର ଦର ୮୪.୫୯ ଟଙ୍କା, କୋଲକାତାରେ ୮୩.୧୦ ଟଙ୍କା, ମୁମ୍ବାଇରେ ସର୍ବାଧିକ ୮୮.୨୩ ଟଙ୍କା ରହିଛି। ସେହିଭଳି ଏହି ସହରଗୁଡ଼ିକରେ ଡିଜେଲ ଦର ଯଥାକ୍ରମେ ୭୧.୨୫ ଟଙ୍କା, ୭୬.୭୨ ଟଙ୍କା, ୭୪.୮୨ ଟଙ୍କା ଏବଂ ୭୭.୭୩ ଟଙ୍କା ରହିଥିବା ଜଣାପଡିଛି। ଶୁକ୍ରବାରଠାରୁ ତୈଳ ବିପଣନ କମ୍ପାନୀଗୁଡିକ ତେଲ ଦର ବଢ଼ାଇବା ଆରମ୍ଭ କରିଛନ୍ତି।

Share