ଭୁବନେଶ୍ୱର,୨୪।୧୧: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢି ଲିଟର ପିଛା ଦର ୮୨.୧୩ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ଦର ୨୦ ପଇସା ବଢିବା ଯୋଗୁ ଲୋକଙ୍କୁ ୭୭.୫୯ ଟଙ୍କା ଦେବାକୁ ପଡୁଛି। ସୂଚନା ଯୋଗ୍ୟ, ଗତ ୨ ମାସ ହେବ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ପୁଣି ଥରେ ଲଗାତର ତେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ବଢାଇଛି। ହେଲେ ପୁଣି ଥରେ ତେଲ ଦର ଲଗାତର ବଢିବା ଯୋଗୁ ଏହା ବୋଝ ଉପରେ ଲଳିତା ବିଡା ଭଳି ହୋଇଛି।