ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୭ ବର୍ଷ ସମୟରେ ତେଲ ଦର ପ୍ରାୟ ୩୦% ବଢ଼ିଛି। ମାତ୍ର ୧୯୭୩ ପରଠାରୁ ଶାସନ କ୍ଷମତାରେ ରହିଥିବା ବିଭିନ୍ନ ସରକାରଙ୍କ ସମୟରେ ତେଲ ଦର ପ୍ରାୟ ୭୦% ବଢ଼ିଥିଲା। ଏଭଳି ଯୁକ୍ତିବାଢ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ।
ଖାଉଟିଙ୍କୁ ଆରାମ ଦେବା ଲାଗି ସରକାର ନିକଟରେ ତେଲ ଉପରେ ଲାଗୁ ହେଉଥିବା ଟିକସକୁ ହ୍ରାସ କରିଛନ୍ତି। ଅର୍ଥ ବ୍ୟବସ୍ଥା ସୁଧାର ପଥକୁ ଫେରୁଥିବାରୁ ଏଭଳି କରାଯାଇଛି।
ରାଜସ୍ବ ଆଦାୟରେ ବେଶ୍ ଉନ୍ନତି ଆସିବ ବୋଲି ବିଶ୍ୱାସ ରହିଥିବା ପୁରୀ କହିଛନ୍ତି। ୧୯୭୩ରେ ଦିଲ୍ଲୀ ୟୁନିଭର୍ସିଟିରେ ପଢ଼ୁଥିବା ବେଳେ ପେଟ୍ରୋଲ ଲିଟର ପିଛା ୧.୨୫ ଟଙ୍କା ରହିଥିଲା। ବିଶ୍ୱ ବଜାର ସ୍ଥିତି ଯୋଗୁ ତେଲ ଦର ମହଙ୍ଗା ହୋଇଛି। ପୂର୍ବରୁ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇ ରହିଥିବାରୁ ସରକାର ତେଲ ଉପରେ ଟିକସ କମାଇ ନ ଥିଲେ। ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ, ଟିକାକରଣ ଭଳି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମରେ ରାଜସ୍ବ ଖର୍ଚ୍ଚ ହେଉଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି।