ଶ୍ରୀଲଙ୍କାରେ ପୁଣି ବଢ଼ିବ ତୈଳ ଦର

କଲମ୍ବୋ,୨୬ା୬: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସିଲୋନ ପେଟ୍ରୋଲିୟମ କର୍ପୋରେଶନ ଗ୍ୟାସ ରବିବାର ଇନ୍ଧନ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ, ଲିଟର ପେଟ୍ରୋଲ ୯୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ଆଉ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତିି ନେଇଛି। ଯେତେବେଳେ ଗୋଟିଏ ଲିଟର ପେଟ୍ରୋଲକୁ ୯୫ ଟଙ୍କାରେ ବିକ୍ରି କରାଯାଉଥିଲା ଏହା ୧୦୦ ଟଙ୍କାକୁ ବୃଦ୍ଧି କରାଯିବ।

ଶ୍ରୀଲଙ୍କା ନିଜ ଗାଡ଼ିମୋଟରରେ ଇନ୍ଧନ ସୀମିତ କରିବାକୁ ନିଷ୍ପତ୍ତିି ନେଇଛି। କାରଣ ଦେଶରେ ଇନ୍ଧନ ଦର ବଢ଼ିଚାଲିଛି। ଏହି ସପ୍ତାହରୁ ଆଗାମୀ ସପ୍ତାହ ମଧ୍ୟରେ ନିର୍ଦ୍ଧାରିତ ପେଟ୍ରୋଲ, ଡିଜେଲ ମିଳିବ ନାହିଁ।

ଶକ୍ତିମନ୍ତ୍ରୀ କହିଛନ୍ତି, ସାର୍ବଜନିକ ପରିବହନ, ବିଜୁଳି ଉତ୍ପାଦନ ଏବଂ ଉଦ୍ୟୋଗକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ଆସନ୍ତା ସପ୍ତାହ ମଧ୍ୟରେ କୌଣସି ଗ୍ୟାସ ଷ୍ଟେଶନରେ ଡିଜେଲ ଏବଂ ପେଟ୍ରୋଲ ସୀମିତ ଷ୍ଟକର ବିତରଣ କରାଯିବ।

Share